ସଫଳତାର ମନ୍ତ୍ର ଦେଲେ ସଚିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ସଫଳତାର ମନ୍ତ୍ର ଦେଲେ ସଚିନ୍

sachin1

ମୁମ୍ବାଇ: ମଙ୍ଗଳବାର ଦିନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମୁମ୍ବାଇର ୧୪ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ଖେଳାଳିଙ୍କ ସହିତ ପ୍ରାୟ ଦେଢ଼ ଘଣ୍ଟା ବିତାଇଥିଲେ। ଏଥିରେ ସେ କ୍ରିକେଟ୍‌ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ପିଲାଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ।

ମୁମ୍ବାଇ କ୍ରିକେଟ୍ ଆସୋସିଏନ୍‌ (ଏମ୍‌ସିଏ)- ବିକେସି ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ ବି ସଚିନ୍‌ଙ୍କୁ ପାଖରେ ପାଇ ମନରେ ଥିବା ସବୁ ପ୍ରଶ୍ନ ପଚାରିଥିଲେ। ବ୍ୟାଟିଂର ବିଭିନ୍ନ ଟେକ୍‌ନିକ୍ ଠାରୁ ଆରମ୍ଭ କରି ମାଇଣ୍ଡସେଟ୍ ପର୍ଯ୍ୟନ୍ତ ଅନେକ ପ୍ରଶ୍ନ କରିଥିଲେ। ବୟସ ବଢ଼ିବା ସହିତ ଚାପକୁ କିପରି ପ୍ରତିହତ କରିବାକୁ ହୁଏ ଓ ଡ୍ରେସିଂ ରୁମ୍‌ରେ କିପରି ସନ୍ତୁଳନ ବଜାୟ ରଖିବାକୁ ହୁଏ, ସେ ସଂପର୍କରେ ବି ପିଲାମାନେ ତାଙ୍କୁ ପ୍ରଶ୍ନ କରିଥିଲେ।

ସଚିନ୍ କାହାକୁ ନିରାଶ କରି ନ ଥିଲେ। ସେ ସମସ୍ତଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ।

ଚାପ ପ୍ରସଙ୍ଗରେ ସଚିନ୍ କହିଥିଲେ ଯେ ତୁମେ ଯଦି ଟିମ୍‌ର ସଦସ୍ୟ ହୋଇ ରହିଛି ଓ ତୁମକୁ ଟିମ୍‌ର ସମର୍ଥନ ମିଳୁଛି, ତା’ହେଲେ ସୋଶାଲ୍ ମିଡିଆରେ ତୁମକୁ କିଏ କିପରି ମୂଲ୍ୟାୟନ କଲେ ଅବା କ’ଣ ନକାରାତ୍ମକ ମନ୍ତବ୍ୟ ଦେଲେ, ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ।

ଏହା ସହିତ ସଚିନ୍ କହିଥିଲେ, ଜଣେ ବ୍ୟକ୍ତି କେବେ ବି ସବୁବେଳେ ଶତପ୍ରତିଶତ ସଠିକ୍ ହୋଇପାରିବ ନାହିଁ। ତେବେ ସବୁବେଳେ ନିଜ ଦକ୍ଷତାକୁ ଶତପ୍ରତିଶତ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିବା ହିଁ ଗୁରୁତ୍ୱପୂର୍ଣ୍ଣ କଥା।

ଜଣେ ସଫଳ କ୍ରିକେଟର ହେବାକୁ ହେଲେ ‘ପ୍ରସ୍ତୁତି’ ଉପରେ ଗୁରୁତ୍ୱ ଦେବାକୁ ମାଷ୍ଟର ବ୍ଲାଷ୍ଟର ପିଲାମାନଙ୍କୁ କହିଥିଲେ। ସେ କହିଥିଲେ, ଅଭ୍ୟାସ କଲେ ହିଁ ସଫଳତା ପାଇବାର ସୁଯୋଗ ସୃଷ୍ଟି ହେବ।

ଏହି କାର୍ଯ୍ୟକ୍ରମ ପରେ ସଚିନ୍ କହିଥିଲେ ଯେ ଆଗାମୀ ଦିନର ଖେଳାଳିମାନଙ୍କ ସହିତ ଆଲୋଚନା କରି ବହୁତ ଖୁସି ଲାଗିଲା।

ଏଥିରେ ୧୪ ବର୍ଷ ଓ ୧୬ ବର୍ଷରୁ କମ୍ ଟିମ୍‌ର କୋଚ୍ ଓ ଚୟନକର୍ତ୍ତାମାନେ ମଧ୍ୟ ଯୋଗ ଦେଇଥିଲେ।



from Odisha Reporter https://ift.tt/2PzPlL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages