ପତ୍ନୀହତ୍ୟା ମାମଲାରେ ଖସିଗଲେ କ୍ରାଇମ୍ ଶୋ’ ଉପସ୍ଥାପକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ପତ୍ନୀହତ୍ୟା ମାମଲାରେ ଖସିଗଲେ କ୍ରାଇମ୍ ଶୋ’ ଉପସ୍ଥାପକ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୧୮ ବର୍ଷ ଧରି ଘାଣ୍ଟିହେବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ୍‌ ହୋଇଛନ୍ତି ପୂର୍ବତନ ଟିଭି ଉପସ୍ଥାପକ ସୁହେବ୍‌ ଇଲ୍ୟାସି। ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍‌ ଏସ୍‌ ମୂରଲୀଧର ଏବଂ ଜଷ୍ଟିସ୍‌ ବିନୋଦ ଗୋଏଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ଟ୍ରାଏଲ୍‌ କୋର୍ଟ ସୁହେବ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଇଥିବା ରାୟକୁ ଖାରଜ କରିଛନ୍ତି।

ଖଣ୍ଡପୀଠ ଦର୍ଶାଇଛନ୍ତି ଯେ ଇଲ୍ୟାସିଙ୍କୁ ଦୋଷୀ ସାବ୍ୟସ୍ତ କରିବାପାଇଁ କୌଣସି ସାକ୍ଷ୍ୟ ପ୍ରମାଣ ନାହିଁ। ତାଙ୍କ ପ୍ରଥମ ପତ୍ନୀ ଅଞ୍ଜୁଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁହେବ୍‌ଙ୍କ ବିରୋଧରେ କେବଳ ଆନୁମାନିକଭାବେ ମାମଲା ରୁଜୁ ହୋଇଥିବା କୋର୍ଟ ଦର୍ଶାଇଛନ୍ତି।

ଗତ ବର୍ଷ ଡିସେମ୍ବର ୨୦ରେ ଟ୍ରାଏଲ୍‌ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ କହିଥିଲେ ସେ ପ୍ରଥମ ପତ୍ନୀଙ୍କ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରଙ୍ଗ ଦେବାର ପ୍ରୟାସ କରୁଛନ୍ତି। ୧୯୯୫ ମସିହା ବେଳକୁ ସୁହେବ୍‌ ଇଲ୍ୟାସି ବହୁ ପ୍ରସିଦ୍ଧି ଲାଭ କରିଥିବା କ୍ରାଇମ୍‌ ଟିଭି ଶୋ’ ‘ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌ ଶୋ’ ଆରମ୍ଭ କରିଥିଲେ। ପ୍ରାୟ ୩୦ ଜଣ ଅପରାଧୀ ତାଙ୍କ ଶୋ’ରେ ସ୍ଥାନ ପାଇବାପରେ ପୁଲିସ୍‌ ହାତରେ ଧରାପଡ଼ିଥିବା ଜଣାଯାଏ।

ଇଣ୍ଡିଆ ଟିଭିରେ ଥିବା ସମୟରେ ଅଭିନେତା ଶକ୍ତି କପୁରଙ୍କ ଉପରେ ଷ୍ଟିଙ୍ଗ୍‌ ଅପରେସନ୍‌ କରି ସେ ଚର୍ଚ୍ଚାକୁ ଆସିଥିଲେ।



from Odisha Reporter https://ift.tt/2OBINyk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages