
ପାରଳାଖେମୁଣ୍ଡି (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଏହା କାର୍ଯ୍ୟକାରୀ ହେଉନି। ଏପରି କିଛି ଅଭିଯୋଗ ହେଉଛି ତିତ୍ଲି ଦ୍ୱାରା କ୍ଷତିଗ୍ରସ୍ତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ।
ତିତ୍ଲି ଯିବା ପରେ ପ୍ରବଳ ବର୍ଷା ହୋଇ ଏଠାରେ ବନ୍ୟା ଆସି ଜଳଯୋଗାଣ ପାଇପ୍ ଭାଙ୍ଗି ଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ଏହାର ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଭାଗୀୟ ଅଧିକାରୀ କାର୍ଯ୍ୟକାରୀ କରିନାହାନ୍ତି। ଫଳରେ ପିଇବା ପାଣି ଅଭାବରୁ ଅଞ୍ଚଳବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର ଓ ବିଭାଗୀୟ ଅଧିକାରୀଙ୍କ ଅଣଦେଖା କାର୍ଯ୍ୟ ପ୍ରତିବାଦରେ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପରିକି ଲୋକେ ରାସ୍ତାକୁ ଓହ୍ଲା ପ୍ରତିବାଦ କରିଛନ୍ତି।
ପାରଳାଖେମୁଣ୍ଡିର ଗାନ୍ଧିଛକରେ ଲୋକେ ରାସ୍ତା ଅବରୋଧ କରି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।
from Odisha Reporter https://ift.tt/2IZ9BDy
No comments:
Post a Comment