‘ତିତ୍‌ଲି’ରେ ଉଜୁଡ଼ି ଯାଇଥିବା ଏଇ ଗାଁର ନାଁ ବି ‘ତିତ୍‌ଲି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

‘ତିତ୍‌ଲି’ରେ ଉଜୁଡ଼ି ଯାଇଥିବା ଏଇ ଗାଁର ନାଁ ବି ‘ତିତ୍‌ଲି’

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବାତ୍ୟାର ନାଁ ଥିଲା ‘ତିତଲି’। ଆଉ ଗାଁର ନାଁ ବି ‘ତିତଲି’। ବାତ୍ୟା ‘ତିତଲି’ ସିନା ଫେରିଯାଇଛି। ହେଲେ ‘ତିତଲି’ର ତାଣ୍ଡବରେ ଉଜୁଡ଼ି ଯାଇଛି ଶତାଧିକ ପରିବାରଙ୍କ ଆପଣାର ଗାଁ ‘ତିତଲି’। ଆମେ କହୁଛୁ, ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତ ଅନ୍ତର୍ଗତ ତିତଲି ଗାଁର କଥା।

ଏଇ ଗାଁ’ରେ ‘ତିତଲି’ ବାତ୍ୟା ପ୍ରଭାବରେ କାହାର ଘର ଭାଙ୍ଗିଯାଇଛି ତ ଆଉ କାହା ଘର ଉପରୁ ଉଡ଼ିଯାଇଛି ନଡ଼ାଛପର। ବାତ୍ୟା ଦିନ ଗାଁରେ ଥିବା କିଛି ପକ୍କାଘରେ ଆଶ୍ରୟ ନେବାରୁ ବର୍ତ୍ତିଯାଇଥିଲା ଜୀବନ। କିନ୍ତୁ ବାତ୍ୟାରେ ଭାଙ୍ଗି ଯାଇଥିଲା ସବୁ ଚାଳଛପର ଘର। ଏବେ ଖୋଲା ଆକାଶ ତଳେ ଦୁଃଖ ଓ ଯନ୍ତ୍ରଣାରେ ବିତୁଛି ସେମାନଙ୍କ ଜୀବନ। ବାତ୍ୟାରେ ପାଖାପାଖି ୫୦ରୁ ଅଧିକ ଘର ଉଜୁଡ଼ି ଯାଇଛି। ଗାଁ ଲୋକଙ୍କ ଅଭିଯୋଗ, ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ପ୍ରଶାସନ ଦେଲାନି। ବାତ୍ୟା ଯିବାର ୧୦ ଦିନ ପରେ ମଧ୍ୟ ସେମାନଙ୍କୁ ମିଳିନି କୌଣସି ସରକାରୀ ସହାୟତା।

ଉଜୁଡ଼ିଗଲା ଚାଷ

ରାୟଗଡ଼ା ଜିଲ୍ଲା ବଡ଼ହୁମା ଗାଁରେ ‘ତିତ୍‌ଲି’ ତାଣ୍ଡବଲୀଳାରେ ଉଛୁଳା ନଦୀର ଗର୍ଭରେ ଲୀନ ହୋଇଯାଇଥିଲା ଏକର ଏକର ଚାଷ ଜମି। ଦିନେ ଏହି କ୍ଷେତରେ କିସମ କିସମର ପରିବା ଫଳାଇ ଗୁଜୁରାଣ ମେଣ୍ଟାଉଥିଲେ ସ୍ଥାନୀୟ ଚାଷୀ। ଆଜି ସେହି ଜମିରେ ବାଲି ଚରି ଯାଇଛି। କାରଣ ଉପରମୁଣ୍ଡରେ ହରଭଙ୍ଗୀ ଡ୍ୟାମ ଓ ପଦ୍ମପୁର ଡ୍ୟାମର ନାଳ ସମେତ ୩ଟି ନାଳର ପାଣି ମାଡ଼ି ଆସିଥିଲା ବାତ୍ୟା ପରବର୍ତ୍ତୀ ବନ୍ୟାରେ। ତେବେ ଚାଷୀଙ୍କ ଅଭିଯୋଗ, ଏତେବଡ଼ ଦୁର୍ଦ୍ଦଶା ସତ୍ତ୍ୱେ ସେମାନଙ୍କ କ୍ଷୟକ୍ଷତିର ଆକଳନ ପାଇଁ କୌଣସି ସରକାରୀ ଅଧିକାରୀ ଆସୁନାହାନ୍ତି।



from Odisha Reporter https://ift.tt/2Oz4Whr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages