
ରାଉରକେଲା (ଓଡ଼ିଶା ରିପୋର୍ଟର): ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ। ଝାଡ଼ଖଣ୍ଡ ଲୋହରଦଗା ଜିଲ୍ଲାରେ ୭ଟି ବକ୍ସାଇଟ୍ ବୋଝେଇ ଟ୍ରକ୍ ଜାଳିଦେଇଛନ୍ତି ମାଓବାଦୀ। ଲୋହରଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡ୍ରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଭିଆଇଛନ୍ତି।
ଗତ ଦୁଇ ଦିନ ଧରି ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଆ କମିଟି ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଆଉ ଏହି ବନ୍ଦ ପାଳନ ସମୟରେ ମାଓବାଦୀମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି।
ସଂପୃକ୍ତ ଅଞ୍ଚଳରେ ଏବେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।
from Odisha Reporter https://ift.tt/2J13Wwv
No comments:
Post a Comment