
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ମାମଲାରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କ୍ଲିନ୍ଚିଟ୍ ଦେଇଛନ୍ତି। ହେଲିକପ୍ଟର ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ କି ବିପଜ୍ଜନକ ଭାବେ ଉଡ଼ାଣ କରାଯାଇନାହିଁ। ଏପରିକି ଚିଲିକାରେ ଅବତରଣ କରିନାହିଁ ବୋଲି DGCA ରିପୋର୍ଟରେ ଦର୍ଶାଇଛନ୍ତି।
DGCA ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ପୁରୀ ପୁଲିସ ପାଖକୁ ପଠାଇଦେଇଛନ୍ତି। ରିପୋର୍ଟ ପାଇବା ପରେ ପୁରୀ ପୁଲିସ ତା’ର ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି।
ତେବେ ରିପୋର୍ଟ ପାଇବା ପରେ ପୁରୀ ପୁଲିସ ଏ ପର୍ଯ୍ୟନ୍ତ ହାଙ୍ଗର୍ ସିଲ୍ ନ ଖୋଲିବାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
ଗତମାସ ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ ବିପଜ୍ଜନକ ଭାବେ ଉଡ଼ିଥିବା ଅଭିଯୋଗ ଆଣି ପୁରୀ ପୁଲିସ ଭୁବନେଶ୍ୱର ଏୟାରପୋର୍ଟରେ ଥିବା ତାଙ୍କ ହାଙ୍ଗର ସମେତ ସେଥିରେ ରଖାଯାଇଥିବା ୩ଟି ଯାକ ହେଲିକପ୍ଟର ସିଲ୍ କରିଥିଲା।
ଏବେ ବି ବୈଜୟନ୍ତଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କିତ DGCAଙ୍କ କ୍ଲିନ୍ଚିଟ୍କୁ ମାନିବାକୁ ପୁରୀ ପୁଲିସ ନାରାଜ। DGCAଙ୍କଠାରୁ ପୁଣି ତଥ୍ୟ ମାଗିବ ପୁରୀ ପୁଲିସ। ଆଜି ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍.ପି. ସାର୍ଥକ ଷଡଙ୍ଗୀ।
ସେ କହିଛନ୍ତି-“ଚିଲିକା ଉପରେ ନିର୍ଦ୍ଦିଷ୍ଟ କେତେ ଉଚ୍ଚରେ ଉଡ଼ିଥିଲା ହେଲିକପ୍ଟର, ସେନେଇ ପୁଣି ତଥ୍ୟ ମଗାଯିବ। ଉଡ଼ାଣର ଉଚ୍ଚତା ନେଇ DGCA ତଥ୍ୟ ଦେଇନାହାନ୍ତି। ଏନେଇ DGCAଙ୍କୁ ପୁଣି ତଥ୍ୟ ମାଗିବୁ।”
କୁହାଯାଉଛି ଯେ DGCAର କ୍ଲିନ୍ ଚିଟ୍ ପୁଲିସ ଓ ସେମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଇଥିବା ବ୍ୟକ୍ତିମାନଙ୍କର ଅକଲଗୁଡ଼ୁମ କରିଦେଇଛି। ବିନା ଯାଞ୍ଚରେ ଅତି ତରବରିଆ ଭାବେ ମାମଲା ରୁଜୁ କରିବା ପରେ ବାରମ୍ବାର ଏଫଆଇଆର ବଦଳାଇବା ଘଟଣାରେ ପୁଲିସର ପୂର୍ବାଗ୍ରହ ଥିବା ଏବଂ ରାଜନୀତିକ ଚାପର ଛାପ ସୁସ୍ପଷ୍ଟ। ଏବେ କେଉଁ ବାହାନା ଓ ଆଳ ସୃଷ୍ଟି କରି ହାଙ୍ଗର ଖୋଲିବାରେ ବିଳମ୍ବ କରାଯାଇପାରେ, ତାହା ପୁଲିସ ଓ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିବା କୁହାଯାଉଛି।
from Odisha Reporter https://ift.tt/2OTCZkv
No comments:
Post a Comment