ଗଣଦୁଷ୍କର୍ମ ପରେ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ଗଣଦୁଷ୍କର୍ମ ପରେ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ!

ପାଟନା: ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ୯ମ ଶ୍ରେଣୀ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଛାତରୁ ଡେଇଁ ହାଇଭୋଲଟେଜ୍‌ ବିଦ୍ୟୁତ ତାର ଉପରେ ପଡ଼ିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି ବୋଲି ପୁଲିସ୍‌ କହିଛି। କିନ୍ତୁ ଗଣଦୁଷ୍କର୍ମ କରିଥିବା ଦୁର୍ବୃତ୍ତମାନେ ଝିଅଟିକୁ ହତ୍ୟା କରିବାକୁ ଏଭଳି ଛାତରୁ ଫିଙ୍ଗି ଦେଇଛନ୍ତି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବିହାରର ଲଖିସରାଇ ଜିଲ୍ଲାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଲାଖିସରାଇ ଏସ୍‌ପି କାର୍ତ୍ତିକେୟ ଶର୍ମା କହିଛନ୍ତି, ଆଜି ମଧ୍ୟାହ୍ଣରେ ଛାତ୍ରୀ ଜଣଙ୍କ ଚିତ୍ତରଞ୍ଜନ ଅଞ୍ଚଳରେ ଥିବା ଏକ ୩ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାର ଦିନ ଛାତ୍ରୀ ଜଣଙ୍କ ତାଙ୍କର ଜଣେ ସାଙ୍ଗଙ୍କ ସହ ନବରାତ୍ରୀ ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପ ବୁଲିବାକୁ ଯାଇଥିଲେ। କିନ୍ତୁ ସେ କେମିତି ୩ ମହଲା କୋଠାର ଛାତ ଉପରକୁ ଗଲେ ତାହା ଜଣାପଡ଼ି ନାହିଁ।

ଛାତ୍ରୀ ଜଣଙ୍କୁ ମଦ ପିଆଇବା ପରେ ଗଣଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି। କାରଣ ତାଙ୍କୁ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ଚେତା ଏଯାଏ ଫେରିନାହିଁ। ପୁଲିସ୍‌ ଏବେ ଝିଅଟିର ସାଙ୍ଗ, ବିଲଡିଂର ମାଲିକ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି। ବିଲଡିଂର ଛାତ ଉପରୁ ପୁଲିସ୍‌ ଝିଅଟି ପିନ୍ଧିଥିବା ପୋଷାକର କିଛି ଅଂଶ, ମଦ ବୋତଲ ଓ କିଛି ଗ୍ଲାସ ଜବତ କରିଛି।

ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଶହଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି।



from Odisha Reporter https://ift.tt/2AiKTeD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages