ଆପଣ ‘ମେନିନ୍‌ଜାଇଟିସ୍‌’ରେ ପୀଡ଼ିତ କି, ଜାଣନ୍ତୁ ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ଆପଣ ‘ମେନିନ୍‌ଜାଇଟିସ୍‌’ରେ ପୀଡ଼ିତ କି, ଜାଣନ୍ତୁ ଲକ୍ଷଣ

mind

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମେନିନ୍‌ଜାଇଟିସ୍‌’କୁ ମସ୍ତିଷ୍କ ଜ୍ୱର ବି କୁହାଯାଏ। ଏହା ଏକ ଗମ୍ଭୀର ରୋଗ। ଶରୀରରେ ହେଉଥିବା ଅନ୍ୟାନ୍ୟ ରୋଗ ପାଇଁ ଏହି ରୋଗ ସୃଷ୍ଟି ହୋଇଥାଏ।

ତ୍ୱଚା, ମୂତ୍ରନଳୀ ଓ ଶ୍ୱାସନଳୀରେ ସଂକ୍ରମଣ ଯୋଗୁ ‘ମେନିନ୍‌ଜାଇଟିସ୍‌’ ହେବାର ଆଶଙ୍କା ଅଧିକ ଥାଏ।
କାନ ଏବଂ ନାକରେ ଅତ୍ୟଧିକ ସଂକ୍ରମଣ ହେଲେ, ଏହି ସଂକ୍ରମଣ ମସ୍ତିଷ୍କକୁ ବ୍ୟାପେ ଏବଂ ଏହି କାରଣରୁ ‘ମେନିନ୍‌ଜାଇଟିସ୍‌’ ବା ମସ୍ତିଷ୍କ ଜ୍ୱର ହୋଇଥାଏ।

ଶରୀର ଉପରେ ଏହାର ପ୍ରଭାବ ଓ ଲକ୍ଷଣ:
ଯେହେତୁ ମସ୍ତିଷ୍କର ଶିରା ପ୍ରଶିରା ସମୂର୍ଣ୍ଣ ଶରୀରକୁ ନିୟନ୍ତ୍ରଣ କରିଥାଏ, ତେଣୁ କୌଣସି ବ୍ୟକ୍ତିଙ୍କ ଶରୀରରେ ‘ମେନିନ୍‌ଜାଇଟିସ୍‌’ ଦେଖାଦେଲେ, ମସ୍ତିଷ୍କର ଏହି ଶିରା ପ୍ରଶିରାରେ ଅସନ୍ତୁଳନ ସୃଷ୍ଟି ହୁଏ। ‘ମେନିନ୍‌ଜାଇଟିସ୍‌’ର ପ୍ରଭାବରେ ମସ୍ତିଷ୍କର ଶିରା ପ୍ରଶିରା ଦୁର୍ବଳ ହେବାରେ ଲାଗନ୍ତି। ଯଦି ଆପଣଙ୍କର ଦୃଷ୍ଟି ଶକ୍ତି କିମ୍ୱା ଶ୍ରବଣ ଶକ୍ତି କ୍ଷୀପ୍ର ଭାବେ ହ୍ରାସ ପାଉଛି, ତେବେ ଏହା ‘ମେନିନ୍‌ଜାଇଟିସ୍‌’ର ଲକ୍ଷଣ। mind2‘ମେନିନ୍‌ଜାଇଟିସ୍‌’ ଯୋଗୁ ବ୍ୟକ୍ତିଙ୍କ ଶରୀରରେ ରକ୍ତଚାପ କମ୍‌ ହେବା ସହିତ ହୃତ୍‌ପିଣ୍ଡର ସ୍ପନ୍ଦନ ତୀବ୍ର ହୋଇଥାଏ। ଏଥିପାଇଁ ଅନ୍ୟ ଅଙ୍ଗକୁ ରକ୍ତ ଠିକ୍‌ ପରିମାଣରେ ପହଞ୍ଚି ପାରେନାହିଁ।

‘ମେନିନ୍‌ଜାଇଟିସ୍‌’ ଦ୍ୱାରା ‘ଗ୍ରୁପ୍‌ ବି ଅର୍‌ବୋ ଭାଇରସ୍‌’ ଶରୀରକୁ ପ୍ରବେଶ କରିଥାଏ। ଯଦି କୌଣସି ସୁସ୍ଥ ବ୍ୟକ୍ତି, ସଂକ୍ରମିତ ବ୍ୟକ୍ତିଙ୍କ ଖାଦ୍ୟପଦାର୍ଥ ସଂସ୍ପର୍ଶରେ ଆସନ୍ତି, ତେବେ ‘ମେନିନ୍‌ଜାଇଟିସ୍‌’ ବ୍ୟାପିଥାଏ।

ସାଧାରଣତଃ ଏହି ରୋଗ କାଶିବା କିମ୍ୱା ଛିଙ୍କିବା ଦ୍ୱାରା ସଂକ୍ରମିତ ହୁଏ। ଏଥିରେ ପୀଡ଼ିତ ବ୍ୟକ୍ତିଙ୍କ ନିୟମିତ ସମ୍ପର୍କରେ ଆସୁଥିବା ଲୋକଙ୍କୁ ‘ମେନିନ୍‌ଜାଇଟିସ୍‌’ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ।

‘ମେନିନ୍‌ଜାଇଟିସ୍‌’ରେ ରୋଗୀଙ୍କର ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି।



from Odisha Reporter https://ift.tt/2y2jNH1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages