
ମୁମ୍ବାଇ: ସୁପରଷ୍ଟାର୍ ରଜନାକାନ୍ତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 2.0ର ନୂଆ ଗୀତ ରିଲିଜ୍ ହୋଇଯାଇଛି। ଶନିବାର ଗୀତଟି ତାମିଲ୍ ଓ ହିନ୍ଦୀ ଦୁଇଟି ଭାଷାରେ ରିଲିଜ୍ ହୋଇଛି, ଯାହାର ନାଁ ‘ତୁ ହି ରେ’ ରହିଛି। ୨୪ ଘଣ୍ଟା ଭିତରେ ଏହାକୁ ୪,୭୫୯,୭୫୫ ଥର ଦେଖା ସରିଲାଣି। ଏବେ ଏହି ଗୀତଟି ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପାଖାପାଖି ଅଢ଼େଇ ମିନିଟର ଏହି ଗୀତରେ ରୋବର୍ଟଙ୍କ ରୋମାନ୍ସ ଦେଖିବାକୁ ମିଳିଛି। ଏଥିରେ ଲିଡ୍ ରୋଲ୍ରେ ରଜନୀକାନ୍ତ ଓ ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତ୍ରୀ ଏମି ଜ୍ୟାକ୍ସନ୍। ଭିଡିଓରେ ଦୁହିଁଙ୍କର ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳିଛି।
ଗୀତଟିର ହିନ୍ଦୀ ଭର୍ସନକୁ ସେନ୍ସେସନାଲ୍ ସିଙ୍ଗର ଅର୍ମାନ୍ ମାଲିକ୍ ଓ ଶାଶା ତିରୁପତୀ ଗାଇଥିବାବେଳେ ଏହାର ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓସ୍କର ବିଜେତା ଏ.ଆର୍ ରହମାନ୍। ସୂଚନା ଅନୁଯାୟୀ ଏହି ଗୀତଟିକୁ ତିଆରି କରିବା ପାଇଁ ପ୍ରଚୂର ଟଙ୍କା ଖର୍ଚ୍ଚ କରାଯାଇଛି।
ଫିଲ୍ମରେ ରଜନୀକାନ୍ତ ଓ ଏମି ଜ୍ୟାକସନ୍ଙ୍କ ବ୍ୟତୀତ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ମଧ୍ୟ ଲିଡ୍ ରୋଲ୍ରେ ଅଛନ୍ତି। ଅକ୍ଷୟ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିବେ।
ଫିଲ୍ମଟି ଆସନ୍ତା ୨୯ ତାରିଖରେ ରିଲିଜ୍ ହେବ। ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି। ରଜନୀକାନ୍ତ ଏହି ଫିଲ୍ମକୁ ନେଇ ବେଶ ଆଶାବାଦୀ ଅଛନ୍ତି।
from Odisha Reporter https://ift.tt/2Sc9aJ7
No comments:
Post a Comment