ଚେଜିଂରେ କରି ଜିତାଇବାରେ ରେକର୍ଡ କଲେ ବିରାଟ କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ଚେଜିଂରେ କରି ଜିତାଇବାରେ ରେକର୍ଡ କଲେ ବିରାଟ କୋହଲି

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟି୨୦ରେ ୪୧ ବଲ୍‌ରୁ ୬୧ ରନ୍‌ କରିଥିବା ବିରାଟ କୋହଲି ପୁଣି ଥରେ ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂରେ ବା ଚେଜ୍‌ କରିବାରେ ସଫଳ ସାବ୍ୟସ୍ତ ହୋଇଛନ୍ତି। ସେ ୪ଟି ଚୌକା ଏବଂ ୨ଟି ଛକା ସହାୟତାରେ ୬୧ ରନ୍‌ କରି ଭାରତକୁ ବିଜୟୀ କରାଇପାରିଛନ୍ତି।

ଏହି ଅବସରରେ ତାଙ୍କ ନାମରେ ନୂତନ ରେକର୍ଡ ମଧ୍ୟ ଲିପିବଦ୍ଧ ହୋଇଯାଇଛି। ସେ ୧୨ଟି ଟି୨୦ରେ ଅପରାଜିତ ରହିଛନ୍ତି ଏବଂ ଏ ସମସ୍ତ ୧୨ଟି ମ୍ୟାଚ୍‌ରେ ଭାରତର ବିଜୟ ହୋଇଛି।

ବିରାଟଙ୍କ ବ୍ୟତୀତ ଆଜି ତାଙ୍କ ଯୋଡ଼ି ଦିନେଶ କାର୍ତ୍ତିକ ମଧ୍ୟ ରେକର୍ଡ କରିଛନ୍ତି। ସେ ୯ଟି ଏଭଳି ମ୍ୟାଚ୍‌ରେ ଅପରାଜିତ ରହି ଚେଜିଂ କରିଥିବାବେଳେ ଏହି ସମସ୍ତ ୯ଟି ମ୍ୟାଚ୍‌ରେ ଭାରତର ବିଜୟ ହୋଇଛି।

ପୂର୍ବରୁ ମୋହଲିଠାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ବିରାଟଙ୍କ ୮୨ ରନ୍‌ର ଅପରାଜିତ ଇନିଂସ୍ ଆଜିର ପ୍ରଦର୍ଶନ ଅବସରରେ ମନେ ପକାଇଦେଉଛି। ଅଷ୍ଟ୍ରେଲିଆ କରିଥିବା ୧୬୧ ରନ୍‌କୁ ପିଛାକରି ଭାରତ ଏହି ମ୍ୟାଚ୍‌ ହାତେଇବାରେ ତାଙ୍କର ଏହି ୮୨ ରନ୍‌ର ଇନିଂସ୍‌ ପ୍ରମୁଖ ଭୂମିକା ନେଇଥିଲା।



from Odisha Reporter https://ift.tt/2DFfXat

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages