
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ତାଳବାଦ୍ୟ ଗୁରୁ ତଥା ମର୍ଦ୍ଦଳ ବାଦକ ବନମାଳୀ ମହାରଣାଙ୍କ ପରଲୋକ ହୋଇଛି। ଆଜି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କର ୮୩ ବର୍ଷ ବୟସ ହୋଇଥିଲା।
ଶାସ୍ତ୍ରୀୟ ସଙ୍ଗୀତ ଧାରାରେ ନୃତ୍ୟ ସଙ୍ଗୀତ ସହ ମର୍ଦ୍ଦଳକୁ ସାମନ୍ତରାଳ ମର୍ଯ୍ୟାଦା ଦେବାରେ ଗୁରୁ ବନମାଳୀ ମହାରାଣାଙ୍କ ଅବଦାନ ଅତୁଳନୀୟ। ମର୍ଦ୍ଦଳ ବାଦନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ୧୯୯୪ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ୨୦୦୪ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୬ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ମିଳିଥିଲା। ତାଙ୍କ ପରଲୋକରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
from Odisha Reporter https://ift.tt/2Pz61GI
No comments:
Post a Comment