ଅଷ୍ଟ୍ରେଲିଆ ଫ୍ୟାନ୍‌ମାନେ ରାହୁଲଙ୍କୁ ଏଭଳି ଭାଷାରେ ଚିଡ଼ାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

ଅଷ୍ଟ୍ରେଲିଆ ଫ୍ୟାନ୍‌ମାନେ ରାହୁଲଙ୍କୁ ଏଭଳି ଭାଷାରେ ଚିଡ଼ାଇଥିଲେ

ଆଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ସରିଛି। ଏବେ ସମସ୍ତଙ୍କ ନଜର ଡିସେମ୍ବର ୬ରୁ ଆରମ୍ଭ ହେଉଥିବା ଟେଷ୍ଟ୍‌ ସିରିଜ ଉପରେ। ତେବେ ଟେଷ୍ଟ ସିରିଜ୍‌ ପୂର୍ବରୁ ଉଭୟ ଦେଶର ଖେଳାଳିଙ୍କୁ ପ୍ରାୟ ୧୦ ଦିନର ବିଶ୍ରାମ ମିଳିଛି।

ତେବେ ବିସିସିଆଇ ପକ୍ଷରୁ ଆଜି ଏକ ପୁରୁଣା ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଟିମ୍‌ ଇଣ୍ଡିଆର ୩ ଖେଳାଳି କେଏଲ୍‌ ରାହୁଲ, ଦୀନେଶ କାର୍ତ୍ତିକ ଓ ୱାଶିଂଟନ୍‌ ସୁନ୍ଦର ରହିଛନ୍ତି। ଏମାନେ ବ୍ରିସ୍‌ବେନ୍‌ର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ୍‌ରେ ବସି କଥା ହେଉଥିବାର ଦୃଶ୍ୟ ରହିଛି। ଭାରତ ପ୍ରଥମ ଟି-୨୦ ଖେଳିବାକୁ ବ୍ରିସବେନ୍‌ ଯାଇଥିବା ବେଳେ ଏହି ଭିଡିଓଟି ଶୁଟିଂ ହୋଇଥିଲା।

ଏହି ଭିଡିଓରେ ରାହୁଲ ନିଜ ବିଷୟରେ କିଛି କହୁଛନ୍ତି।

ରାହୁଲ ପ୍ରଥମେ କହିଛନ୍ତି,“ମୁଁ ଇଣ୍ଡିଆ ‘ଏ’ ଓ ଜାତୀୟ ଦଳରେ ଡେବ୍ୟୁ ଅଷ୍ଟ୍ରେଲିଆରେ ହିଁ କରିଥିଲି।” ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ରାହୁଲ ଡେବ୍ୟୁ କରିବା ବେଳେ ତାଙ୍କ ସହ ଘଟିଥିବା ଏକ ଘଟଣା ବିଷୟରେ ଦିନେଶଙ୍କୁ କହିଥିଲେ। ସେ ବାଉଣ୍ଡାରୀରେ ଫିଲ୍ଡିଂ କରିଥିବା ବେଳେ କେମିତି ଅଷ୍ଟ୍ରେଲିଆ ଫ୍ୟାନ୍‌ମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଟିପ୍ପଣୀ ଦେଇଥିଲେ ସେକଥା ସେ ପୁଣି ମନେପକାଇଛନ୍ତି।

ରାହୁଲ କହିଛନ୍ତି, “ ଆମେ ଯେତେବେଳେ ଏଠି ଖେଳିଥାଉ ଦର୍ଶକମାନେ ଆମ ଉପରେ ପୂରା ରାଗିକି ରୁହନ୍ତି। ସେମାନେ କ୍ରିକେଟ୍‌କୁ ଭଲ ପାଆନ୍ତି, କିନ୍ତୁ ଆମ ଫିଲ୍ଡିଂ ବେଳେ ଅଶୋଭନୀୟ ବ୍ୟବହାର କରନ୍ତି। ତେବେ ଏଥିପାଇଁ ଅଷ୍ଟ୍ରେଲିଆରେ କ୍ରିକେଟ୍‌ ଖେଳିବା ବେଶ ଏକ୍ସାଇଟିଂ ଲାଗେ।

ମୁଁ ମୋ ପ୍ରଥମ ଟେଷ୍ଟରେ ଡିପ୍‌ ସ୍କୋୟାର ଲେଗରେ ଫିଲ୍ଡିଂ କରିଥିଲି। ମୋତେ ୱିକେଟ୍‌ କିପିଂ କରୁଥିବା ମାହି ଭାଇ(ମହେନ୍ଦ୍ର ସିଂହ ଧୋନି) ଦେଖାଯାଉ ନଥିଲେ। ସେ ମତେ ଟିକିଏ ଫାଇନ୍‌ ହେବାକୁ କହିଥିଲେ। କିନ୍ତୁ ମୁଁ ଏହାକୁ ଦେଖି ପାରି ନଥିଲି।

କାରଣ ବାଉଣ୍ଡାରୀଠୁ ୱିକେଟ୍‌ ବହୁତ ଦୂର ଥିଲା ଏବଂ ଏହାକୁ ସହଜରେ ଦେଖି ହେଉନଥିଲା। ଏହାପରେ ମୁଁ ଡିପ୍‌ ସ୍କୋୟାର ଲେଗ୍‌ରେ ଫିଲ୍ଡିଂ କରିଥିବା ବେଳେ ମୋ ପଛରେ ଥିବା ଦର୍ଶକମାନେ କହିଥିଲେ, ମେଟ୍‌ ତମ ନାଁ କ’ଣ?

ସେମାନେ ହାଲୋ ବୋଲି କହିଥିଲେ। କିନ୍ତୁ ଏହାର ୧୦ ସେକେଣ୍ଡ ପରେ ସେମାନେ ମୋ ନାଁ ନେଇ ଅତ୍ୟନ୍ତ ଘୃଣ୍ୟ ଭାଷାରେ ନାରାବାଜି କରିଥିଲେ। ଯାହା ମୋତେ ବହୁତ ବାଧିଥିଲା।”

ରାହୁଲ ଏବେ ଟେଷ୍ଟ ସ୍କ୍ୱାଡ୍‌ରେ ସାମିଲ ହୋଇଛନ୍ତି ଏବଂ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।



from Odisha Reporter https://ift.tt/2QfAusT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages