
ପୁରୀ (ଓଡ଼ିଶା ରିପୋର୍ଟର): ବିନା ଟିକେଟ୍ରେ ଆଉ ସହଜରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହଜ ନୁହେଁ। ଏଣିକି କାଳିଆକୁ ଦର୍ଶନ କରିବାକୁ ହେଲେ ଟିକେଟ୍ କାଟିବାକୁ ପଡ଼ିବ। ଏପରି କିଛି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଭିତରକାଠରେ ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।
ଏହି ଦର୍ଶନ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସପିଙ୍କ ସହ ପରିଚାଳନା କମିଟି ସଦସ୍ୟ ରହିବେ। ଅବକାଶ, ଗୋପାଳବଲ୍ଲଭ, ମଧ୍ୟାହ୍ନ ଧୂପ ଓ ଚନ୍ଦନଲାଗି ବେଳେ ଭକ୍ତମାନଙ୍କୁ ଟିକେଟ୍ ଦର୍ଶନ ବ୍ୟବସ୍ଥା କରାଯିବା ପାଇଁ ଏଥିରେ ନିଷ୍ପତ୍ତି ହୋଇଛି।
ନିଷ୍ପତ୍ତି ଅନୁସାରେ ୬୦ ପ୍ରତିଶତ ଟିକେଟ୍ ଅନ୍ଲାଇନ୍ରେ କରାଯିବ। ୩୫ ପ୍ରତିଶତ ଟିକେଟ୍ କାଉଣ୍ଟରରେ ଏବଂ ବାକି ୫ ପ୍ରତିଶତ ଦର୍ଶନୀ ଟିକେଟ୍ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ହୋଇଛି।
ସେହିପରି ମିଳୁଥିବା ଦାନ ବାବଦରେ ମିଳୁଥିବା ସୁନାକୁ ଗୋଲ୍ଡ ମନିଟାଇଜେସନ ସ୍କିମ୍ରେ ରଖାଯିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଲକ୍ରରେ ରଖିଲେ ସୁଧ ମିଳୁ ନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଗୋଲ୍ଡ ସ୍କିମ୍ରେ ଦାନ ଅର୍ଥ ରହିଲେ ୨.୫ ପ୍ରତିଶତ ସୁଧ ମିଳିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିବା ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ୪ ଏକର ୯୩ ଡିସିମିଲ ଜମିକୁ ଫେରାଇବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲିଶ୍ରୀ ମହାପାତ୍ର କହିଛନ୍ତି।
ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପୂର୍ବରୁ ୟୁନିଫର୍ମ ପଲିସିକୁ କାର୍ଯ୍ୟକାରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଛି। ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ୧୧ଜଣଙ୍କୁ ନୋଟିସ ହୋଇଛି, ସେମାନଙ୍କ ମଧ୍ୟରୁ ୪ଜଣ ଉତ୍ତର ରଖିଛନ୍ତି ବୋଲି ସେ କହିଛନ୍ତି।
ନୋଟିସ ହୋଇଥିବା ସେବାୟତ ଗଣମାଧ୍ୟମରେ ଦେଇଥିବା ବିବୃତିକୁ ନେଇ ପରିଚାଳନା କମିଟି ଦୁଃଖ ପ୍ରକାଶ କରିଛି ବୋଲିଶ୍ରୀ ମହାପାତ୍ର କହିଛନ୍ତି।
from Odisha Reporter https://ift.tt/2r4gMC3
No comments:
Post a Comment