ସାମ୍ବାଦିକଙ୍କ ସହ ହିରୋଇନ୍‌ଙ୍କ ଝଗଡ଼ା, ପ୍ରେସ୍‌ କନ୍‌ଫରେନ୍ସ ଛାଡ଼ି ପଳୋଉଥିଲେ, ଗୋଡ଼େଇ ଗୋଡ଼େଇ ପ୍ରଶ୍ନ ପଚାରିଲେ ରିପୋର୍ଟର, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ସାମ୍ବାଦିକଙ୍କ ସହ ହିରୋଇନ୍‌ଙ୍କ ଝଗଡ଼ା, ପ୍ରେସ୍‌ କନ୍‌ଫରେନ୍ସ ଛାଡ଼ି ପଳୋଉଥିଲେ, ଗୋଡ଼େଇ ଗୋଡ଼େଇ ପ୍ରଶ୍ନ ପଚାରିଲେ ରିପୋର୍ଟର, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅପ୍‌କମିଂ ଫିଲ୍ମ ‘ତୁ ମୋ ସୁନା ଚଢ଼େଇ’ର ନିର୍ଦ୍ଦେଶକ ଦିଲୀପ ପଣ୍ଡା ଓ ଏହାର ହିରୋଇନ୍‌ ଏଲ୍‌ସା ଘୋଷ୍‌ଙ୍କ ଭିତରେ ଥିବା ବିବାଦର ସମାଧାନ ହେଉହେଉ, ଆଜି ଆଉଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଏଲ୍‌କାଙ୍କ ବ୍ୟବହାରକୁ ନେଇ ସାମ୍ବାଦିକଙ୍କ ସହ ତାଙ୍କର ଯୁକ୍ତିତର୍କ ଓ କଥା କଟାକଟି ହୋଇଛି। ସ୍ଥିତି ଏପରି ହେଲା ଯେ ବହୁ ସମୟ ଧରି ସେଠାରେ ଉତ୍ତେଜନା ଲାଗିରହିଥିଲା।

ସାମ୍ବାଦିକଙ୍କ ବାରମ୍ବାର ପ୍ରଶ୍ନର ଉତ୍ତର ନଦେଇପାରି ଏଲ୍‌ସା ସାମ୍ବାଦିକ ସମ୍ମିଳନୀ ଛାଡ଼ି ବାହାରକୁ ଚାଲିଯାଇଥିଲେ। କିନ୍ତୁ ରିପୋର୍ଟରମାନେ ତାଙ୍କୁ ଛାଡ଼ି ନଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଦଉଡ଼ା ଦଉଡ଼ି ଲାଗିରହିଥିଲା। ଏଲ୍‌ସାଙ୍କୁ ତାଙ୍କ ବାପା ଧରି ଧରି ବାହାରକୁ ନେଇଯିବା ବେଳେ ସାମ୍ବାଦିକମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ପ୍ରଶ୍ନ କରିଥିଲେ।

ଅଧିକ ପଢ଼ନ୍ତୁ- ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣି ବର୍ଷିଲେ ଓଲିଉଡ୍‌ ଅଭିନେତ୍ରୀ: ଦେଖନ୍ତୁ ଭିଡିଓ

ଫିଲ୍ମର ଅଡିଓ ରିଲିଜ୍ ଦିନ ଏକ ହୋଟେଲ୍‌ରେ ହୋଇଥିବା କାର୍ଯ୍ୟକ୍ରମରେ ବଙ୍ଗୀୟ ଅଭିନେତ୍ରୀ ଏଲ୍‌ସା ଘୋଷ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କୁ ସମସ୍ତଙ୍କ ଆଗରେ ଗାଳିଗୁଲଜ କରିଥିଲେ। ଏହି ଘଟଣାର କମ୍ପ୍ରୋମାଇଜ୍ ପାଇଁ ଆଜି ଉଭୟ ମିଶି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସାମ୍ବାଦିକ ସମ୍ମିଳନୀରେ ଏଲ୍‌ସା ଘୋଷ କ୍ଷମା ମାଗିଥିଲେ ବି ଦିଲୀପ ପଣ୍ଡାଙ୍କର ଅନେକ ଭୁଲ୍ ଅଛି ବୋଲି ମଧ୍ୟ ଖୋଲାଖୋଲି କହିଥିଲେ। କିନ୍ତୁ ଦିଲୀପ କିଛି କହିନଥିଲେ। ହେଲେ ଏହାକୁ ନେଇ ସାମ୍ବାଦିକମାନେ ଏଲ୍‌ସାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଥିଲେ। ଏହାପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଆପଣାନେ ସେମିତି ପ୍ରଶ୍ନ ପଚାରି ପାରିବେ ନାହିଁ ବୋଲି ମଧ୍ୟ ସାମ୍ବାଦିକମାନଙ୍କୁ କହିଥିଲେ ଏଲ୍‌ସା। ଏହାପରେ ସେ ସାମ୍ବାଦିକ ସମ୍ମିଳନୀ ଛାଡ଼ି ଚାଲି ଯାଉଥିଲେ, କିନ୍ତୁ ସାମ୍ବାଦିକମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ କଥା କଟାକଟି ଉଚ୍ଚବାଚ ଆଖିଦେଖାଦେଖି ଲାଗି ରହିଥିଲା।

ଦେଖନ୍ତୁ ଆଜିର ସାମ୍ବାଦିକ ସମ୍ମିଳନୀ ବେଳେ ଗଣ୍ଡଗୋଳର ଭିଡିଓ।



from Odisha Reporter https://ift.tt/2zhLc8n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages