ଆଲିବାବାର ରେକର୍ଡ, ଘଣ୍ଟାକର ଆୟ ଆମାଜନ୍‌ ଓ ଫ୍ଲିପକାର୍ଟର ୨୦୧୭ ମସିହାରେ ମିଳିତ ଆୟଠାରୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଆଲିବାବାର ରେକର୍ଡ, ଘଣ୍ଟାକର ଆୟ ଆମାଜନ୍‌ ଓ ଫ୍ଲିପକାର୍ଟର ୨୦୧୭ ମସିହାରେ ମିଳିତ ଆୟଠାରୁ ଅଧିକ

ବେଜିଂ: ଜ୍ୟାକ୍‌ ମା’ଙ୍କ ନେତୃତ୍ୱାଧୀନ ଆଲିବାବା ଚୀନ୍‌ର ସିଙ୍ଗଲସ୍‌ ଡେ’ରେ ଘଣ୍ଟାକରେ କରିଥିବା ଆୟ ଉଭୟ ଫ୍ଲିପକାର୍ଟ ଓ ଆମାଜନ୍‌ ମିଳିତ ଭାବରେ ୨୦୧୭ରେ କରିଥିବା ଆୟଠାରୁ ଅଧିକ ବୋଲି ଜଣାଯାଇଛି। ୨୦୧୭ ମସିହାରେ ଫ୍ଲିପକାର୍ଟ ୭୫୦ କୋଟି ଡଲାର ଆୟ କରିଥିଲା ଏବଂ ଆମାଜନ୍‌ ୫୦୦ କୋଟି ଡଲାର ଆୟ କରିଥିଲା। କିନ୍ତୁ ଆଲିବାବା ଶନିବାର ସିଙ୍ଗଲସ୍‌ ଡେ’ରେ ୭୬ ମିନିଟ୍‌ରେ ୧୩୧୦ କୋଟି ଡଲାର ଆୟ କରିଥିବା ଜଣାଯାଇଛି।

ଏପରିକି ଏହାର ମୋଟ ଆୟ ନିର୍ଦ୍ଧାରିତ ସମୟ ପୂର୍ବରୁ ୨୦୧୭ ମସିହାର ରେକର୍ଡ ୨୫୩୦ କୋଟି ଡଲାରର ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷ ଏହା ୩୨୦୦ କୋଟି ଡଲାର ଛୁଇଁବାର ଅଛି।

୨୦୦୯ ମସିହା ପରଠାରୁ ‘ସିଙ୍ଗିଲ’ମାନଙ୍କ ପାଇଁ ପ୍ରତିବର୍ଷ ୧୧ ନଭେମ୍ବର ଆଲିବାବାର ଅନୌପଚାରିକ ଛୁଟି ଦିବସ ପାଳିତ ହୋଇଆସୁଛି। ଏହା ଭାଲେଣ୍ଟାଇନ୍ସ ଡେ’ର ବିପରୀତଭାବେ ଆଲିବାବା ପକ୍ଷରୁ ପାଳିତ ହୁଏ। କ୍ରମେ ଏହାହିଁ ବର୍ଷର ସବୁଠାରୁ ଶପିଂ ଇଭେଣ୍ଟ ହୋଇଛି। ବ୍ଲାକ ଫ୍ରାଇ ଡେ’ ଏବଂ ସାଇବର ସୋମବାରର ମିଳିତ ଆୟଠାରୁ ମଧ୍ୟ ଅଧିକ।



from Odisha Reporter https://ift.tt/2OFFmm2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages