ବିଜେଡି ପାଇଁ ମହଙ୍ଗା ପଡ଼ିବେ ବହିଷ୍କୃତ ନେତା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ବିଜେଡି ପାଇଁ ମହଙ୍ଗା ପଡ଼ିବେ ବହିଷ୍କୃତ ନେତା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନୀ ରାସ୍ତାରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରନ୍ତି ଦଳରୁ ବହିଷ୍କୃତ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭଳି ପୁରୁଖା ନେତା। ସରକାରରେ ଚାଲିଥିବା ବ୍ୟାପକ ଦୁର୍ନୀତି ଓ ଦଳର ଗୁଣ୍ଡାଗର୍ଦ୍ଦି ବିରୋଧରେ ଏହି ନେତାମାନେ ଆରମ୍ଭ କରିଥିବା ଅଭିଯାନ ପ୍ରତି ଜନସମର୍ଥନ ବଢୁଛି।
ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ଆଜି ସେ ଢେଙ୍କାନାଳ ଗଁଦିଆରେ ସଭା ଆୟୋଜନ କରିଥିଲେ। ଏହି ସମାବେଶକୁ ବିପୁଳ ଜନର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଏଥିରେ ଯୋଗଦେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଥିଲେ।
ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡ଼ିଥିବା ବେଳେ ବିଜୁ ଯୁବବାହିନୀ ସରକାରୀ ଗୁଣ୍ଡା ସାଜିଥିବା ବୈଜୟନ୍ତ ଅଭିଯୋଗ କରିଛନ୍ତି। ସରକାରୀ ଅର୍ଥରେ ରାଜନୀତିକ ଗୁଣ୍ଡାଙ୍କୁ ବ୍ୟବହାର କରାନଯାଉ ବୋଲି ସେ ନବୀନଙ୍କୁ ଅପିଲ୍ କରିଛନ୍ତି। ଯଦି ସେମାନଙ୍କୁ ଆୟତ୍ତରେ ନ ରଖାଯାଏ, ତାହାହେଲେ ଆଗାମୀ ଦିନରେ ଲୋକେ ତାଙ୍କୁ କଣ୍ଟ୍ରୋଲ୍‌ କରିଦେବେ।
ନିଜ ରାଜନୈତିକ ଭବିଷ୍ୟତ ନେଇ ସେ କିଛି ସ୍ପଷ୍ଟ କରିନଥିଲେ ମଧ୍ୟ ଯିଏ ଦୁର୍ନୀତି ବିରୋଧରେ ଲଢ଼ିବ ସେ ତାଙ୍କୁ ସମର୍ଥନ କରିବେ ବୋଲି ବୈଜୟନ୍ତ କହିଛନ୍ତି।
ସଭାରେ ବିଶୃଙ୍ଖଳା ସୃଷ୍ଟି ଉଦ୍ୟମ
ସେପଟେ ଆଜି ପୁଣି ଥରେ ସମାବେଶସ୍ଥଳରେ କିଛି ଯୁବକ ମଞ୍ଚ ଉପରକୁ ଚଢ଼ି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

ପୂର୍ବତନ ବିଧାୟକ ନବୀନ ନନ୍ଦ କହିଛନ୍ତି-“ବର୍ତ୍ତମାନ କିଛି ଲୋକଙ୍କ ପାଦ ତଳୁ ମାଟି ଖସି ଖସି ଯାଉଛି। ତେଣୁ ସେମାନେ କେମିତି ତାଙ୍କ ପାଦ ତଳେ ମାଟି ରଖିବେ ଓ ତୃତୀୟ ମହଲାର ଭଲ ଦୃଷ୍ଟିରେ ରହିବେ ସେଥିପାଇଁ ଗଣ୍ଡଗୋଳ କରିବାକୁ ଉଦ୍ୟମ କରୁଛନ୍ତି।”
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି-“ଜଣେ ପୂର୍ବତନ ସାଂସଦ ଓ ବିଧାୟକ ଏପରି ଅବାନ୍ତର ଯୁକ୍ତି କରିବା ଠିକ ନୁହେଁ। ଦଳରେ ଥିବା ବେଳେ ସେମାନେ କେବେ କହୁନଥିଲେ। ବିଜୁ ଯୁବ ବାହିନୀକୁ ଯେଉଁମାନେ ଗୁଣ୍ଡା ବାହିନୀ କହୁଛନ୍ତି, ତାହା ଯୁବକଙ୍କ ମନକୁ ଗଭୀର ଆଘାତ ଦେଉଛି।”
ଦାମଙ୍କ ଆହ୍ଵାନ
ଏପଟେ ବିଜେଡିରୁ ବିତାଡିତ ନେତାଙ୍କୁ ଏକଜୁଟ କରିବା ପାଇଁ ଲାଗି ପଡିଛନ୍ତି ବିଧାୟକ ଡାକ୍ତର ଦାମୋଦର ରାଉତ। ପ୍ରସ୍ତାବିତ ‘ବିଜୁ ସମତାକ୍ରାନ୍ତି ଦଳ’ର ସମ୍ଭାବ୍ୟ ରୂପରେଖ ନେଇ ବିଚାରବିମର୍ଶ ଚାଲିଥିବା ଦାମ ସୂଚନା ଦେଇଛନ୍ତି। ରାଜ୍ୟବାସୀଙ୍କୁ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ କବଳରୁ ମୁକ୍ତ କରିବା ଲାଗି ଆଞ୍ଚଳିକ ଦଳ ଗଠନର ଆବଶ୍ୟକତା ରହିଛି ଓ ଏଥିରେ ସହଯୋଗ ଲାଗି ନବୀନ ବିଜେଡିରୁ ତଡ଼ିଥିବା ନେତାଙ୍କୁ ସେ ଆହ୍ୱାନ ଦେଇଛନ୍ତି।
ଅନ୍ୟପକ୍ଷରେ ‘ସମତା କ୍ରାନ୍ତି ଦଳ’ରେ ବିଜୁଙ୍କ ନାଁ ଯୋଡ଼ିବା ନେଇ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଦଳର ପ୍ରତିଷ୍ଠାତା ସଦସ୍ୟ ବ୍ରଜ କିଶୋର ତ୍ରିପାଠୀ। ଏନେଇ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ବିଜେଡି ଉପରେ ନୂଆ ଦଳର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡିର ଦଳୀୟ ମୁଖପାତ୍ର ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।

ଦୁର୍ନୀତି ଓ ଭ୍ରଷ୍ଟାଚାର ଭଳି ପ୍ରସଙ୍ଗକୁ ନେଇ ନବୀନ ଓ ରାଜ୍ୟ ସରକାରଙ୍କ ଇମେଜ୍ ମଳିନ ପଡିଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେଡିରୁ ବିତାଡିତ ବରିଷ୍ଠ ନେତାମାନେ ଏକଜୁଟ୍ ହେବା, ଦଳ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି। ତେବେ ନବୀନଙ୍କୁ ଚେକ୍‌ମେଟ୍‌ ଦେବା ଲାଗି ଏହି ନେତାଙ୍କ ଉଦ୍ୟମ କେତେ ସଫଳ ହେଉଛି ତା’ଉପରେ ସମସ୍ତଙ୍କ ନଜର ରହିବ।



from Odisha Reporter https://ift.tt/2JUhrib

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages