
କଟକ(ଓଡ଼ିଶା ରିପୋର୍ଟର): ପୁଲିସ-ଓକିଲ ବିବାଦର ସମାଧାନ କେବେ ହେବ, ତାକୁ ନେଇ ଛିଡ଼ା ହୋଇଛି ପ୍ରଶ୍ନବାଚୀ। କାରଣ ଆଜି ସଂଧ୍ୟାରେ ଉଭୟଙ୍କ ମଧ୍ୟରେ ଥିବା ଦୀର୍ଘ ଦିନର ବିବାଦର ସମାଧାନ ଲାଗି ପୁଲିସ ଡିଜି ଆର୍.ପି ଶର୍ମା ଏକ ବୈଠକ ଡାକି ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ସ ବାହାରିପାରିଲା ନାହିଁ। ଏହି ବୈଠକରେ ଉଭୟ ପକ୍ଷ ନିଜ ନିଜ ଦାବି ପ୍ରସଙ୍ଗ ଉଠାଇଥିଲେ। ତେବେ ଉଭୟ ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିବା ଡିଜିପି କହିଛନ୍ତି।
ବୈଠକରେ ପୁଲିସ ବିଭାଗର ଅଧିକାରୀ ଓ ହାଇକୋର୍ଟ ବାର୍ ଆସୋସିଏସନ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ଏସବୁ ଭିତରେ ଆସନ୍ତାକାଲି ପୁଲିସ-ଓକିଲ ବିବାଦ ମାମଲାର ଶୁଣାଣି କରିବେ ହାଇକୋର୍ଟ। ଗତ ୯ ତାରିଖରେ ମାମଲାର ଶୁଣାଣି ବେଳେ କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ ପାଇଁ ଆଉ ୬ ସପ୍ତାହ ସମୟ ମାଗିଥିଲେ। ମାତ୍ର କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ ସୋମବାର ସୁଦ୍ଧା ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏପଟେ ହାଇକୋର୍ଟ ପରିସରରେ ପୁଲିସ କର୍ମଚାରୀଙ୍କୁ ମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲା ହାବିଲଦାର-କନେଷ୍ଟବଳ ସିପାହୀ ମହାସଂଘ। କମିଶନରେଟ୍ ପୁଲିସର ତଦନ୍ତ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସଂଘ ଅଭିଯୋଗ କରିଛି। ତେଣୁ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁ ବୋଲି ଦାବି କରିଛନ୍ତି ସଂଘ ସଭାପତି ସନ୍ତୋଷ ଶତପଥୀ। ଏହାସହ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲା ପରିଚାଳନା କରିବା ପାଇଁ ମହାସଂଘ ଦାବି କରିଛି।
ଅପରପକ୍ଷରେ ଆସନ୍ତାକାଲି ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନର ବୈଠକ ବସି ପର ବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
from Odisha Reporter https://ift.tt/2DcZx8O
No comments:
Post a Comment