
ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଦମଦାର ମ୍ୟୁଜିକ୍ ସହ ଦୁଇ ମହାନ ତାରକାଙ୍କ ନୃତ୍ୟର ଯୁଗଳବନ୍ଦୀ। ତା’ସହିତ ପାରମ୍ପରିକ ଲୋକ ନୃତ୍ୟର ଝଲକ। ଆଉ ହୃଦୟକୁ ଛୁଇଁଗଲା ଭଳି ଚମତ୍କାର ଗୀତ। ଏମିତି କିଛି କମ୍ବିନେସନକୁ ନେଇ ହକି ବିଶ୍ୱକପ୍ ଆନ୍ଥମ୍ର ‘ଜୟ ହିନ୍ଦୀ ଜୟ ଇଣ୍ଡିଆ’ର ଦ୍ୱିତୀୟ ଭାଗ ରିଲିଜ୍ ହୋଇଛି। ହକି ବିଶ୍ୱକପ୍ର ଅନ୍ୟତମ ମୁଖ୍ୟ ଆକର୍ଷଣ ତଥା ଏ.ଆର, ରହମାନ ତାଙ୍କ ୟୁ-ଟ୍ୟୁବ୍ ଚାନେଲରେ ଏହି ଗୀତକୁ ଗତକାଲି ଶେୟାର କରିଛନ୍ତି।
ଏହି ଆନ୍ଥମ୍କୁ ସେ ନିଜେ ତିଆରି କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱ କପ୍କୁ ଆଉ ୭ ଦିନ ବାକି ଥିବା ବେଳେ ତା’ପୂର୍ବରୁ ଏହି ଗୀତ ବେଶ ଚମକ ସୃଷ୍ଟି କରିଛି। ଏଥିରେ ସିନେ ଷ୍ଟାର କିଙ୍ଗ ଖାନ୍ ଶାହାରୁଖ୍ ଏବଂ ସଙ୍ଗୀତ ଜଗତର ଲେଜେଣ୍ଡ ଏ.ଆର. ରହମାନଙ୍କୁ ଏକାଠି ଅଭିନୟ ଦର୍ଶକ ଦେଖିପାରିବେ।
ଏହି ଗୀତ ଅପଲୋର୍ଡ଼ ହେବାର ୨୪ ଘଣ୍ଟା ମଧ୍ୟରେ ଲକ୍ଷେରୁ ଊର୍ଦ୍ଧ୍ୱ ଭ୍ୟୁ ହୋଇସାରିଲାଣି। ବିଶ୍ୱସ୍ତରୀୟ କ୍ରୀଡ଼ା ଉତ୍ସବ ଲାଗି ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ଅସ୍କାର ବିଜେତା ସଙ୍ଗୀତକାର ଏ.ଆର.ରହମାନ୍ ଏବଂ ବଲିଉଡ୍ ବାଦ୍ଶାହ ଶାହାରୁଖ୍ଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି।
from Odisha Reporter https://ift.tt/2R0ZhxH
No comments:
Post a Comment