୨୦୧୧ ବିଶ୍ୱକପ୍‌ରେ ଆଗୁଆ ବ୍ୟାଟିଂ କରିବାର ରହସ୍ୟ ଖୋଲିଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

୨୦୧୧ ବିଶ୍ୱକପ୍‌ରେ ଆଗୁଆ ବ୍ୟାଟିଂ କରିବାର ରହସ୍ୟ ଖୋଲିଲେ ଧୋନି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଜାତୀୟ ଦଳରୁ ଦୂରେଇ ରହିଛନ୍ତି। ଏଥିପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସମୟ ଅତିବାହିତ କରୁଛନ୍ତି।

ଧୋନି ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏ ଉଭୟ ଦିନିକିଆ ଓ ଟି-୨୦ ବିଶ୍ୱକପ୍‌ ଜିତିବାର ରେକର୍ଡ କରିଛନ୍ତି। ତେବେ ୨୦୧୧ରେ ବିଶ୍ୱକପ୍‌ ଫାଇନାଲ୍‌ରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଥିଲା।

ଟୁର୍ଣ୍ଣାମେଣ୍ଟ ସାରା ଭଲ ପ୍ରଦର୍ଶନ କରିପାରି ନଥିବା ଧୋନି କିନ୍ତୁ ଜବରଦସ୍ତ ଫର୍ମରେ ଥିବା ଯୁବରାଜ ସିଂହଙ୍କୁ ପଛରେ ପକାଇ ନିଜେ ଆଗୁଆ ବ୍ୟାଟିଂ କରିବାକୁ ଆସିଥିଲେ।

ଅବଶ୍ୟ ଏହା ଟିମ୍‌କୁ ଫାଇଦା ଦେଇଥିଲା ଏବଂ ଧୋନିଙ୍କ ଇନିଂସ୍‌ ବଳରେ ଭାରତ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱ ବିଜେତା ହୋଇଥିଲା। ହେଲେ ଦୀର୍ଘ ୭ ବର୍ଷ ପରେ ଧୋନି ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଧୋନି କହିଛନ୍ତି, “ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ ଯେ ମୁଁ କାହିଁକି ଟୁର୍ଣ୍ଣାମେଣ୍ଟ୍‌ରେ ମ୍ୟାନ୍‌ ଅଫ ଦି ସିରିଜ ପାଇଥିବା ଯୁବରାଜଙ୍କୁ ବ୍ୟାଟିଂ କରିବାକୁ ନ ଛାଡ଼ି ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍‌ରେ ଆଗୁଆ ବ୍ୟାଟିଂ କରିବାକୁ ଆସିଲି? ଏହାର କାରଣ ହେଉଛି ମୁଁ ଶ୍ରୀଲଙ୍କାର ଅଧିକାଂଶ ବୋଲରଙ୍କ ସହ ପୂର୍ବରୁ ଖେଳିଥିଲି।

କାରଣ ସେମାନେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ମୋ ସହ ଏକାଠି ଖେଳିଥିଲେ। ବିଶେଷ କରି ମୁଁ ଯେଉଁ ସମୟରେ ବ୍ୟାଟିଂ କରିବାକୁ ଆସିଲି ସେତେବେଳେ ମୁଥେୟା ମୁରଲୀଧରନ ବୋଲିଂ କରୁଥିଲେ। ସେ ମଧ୍ୟ ଜଣେ ଚେନ୍ନାଇ ସୁପରକିଙ୍ଗସର ଖେଳାଳି।

ତେଣୁ ମୁଁ ତାଙ୍କ ବଲ ଅନେକ ଥର ନେଟସ୍‌ ସମୟରେ ଖେଳିଛି। ତେଣୁ ଶ୍ରୀଲଙ୍କାର ବୋଲରମାନଙ୍କ ବଲ୍‌ରୁ ମୁଁ ବେଶ ଆରାମରେ ରନ୍‌ ସଂଗ୍ରହ କରିପାରିବି ବୋଲି ଆଗୁଆ ବ୍ୟାଟିଂ କରିବାକୁ ଆସିଥିଲି। ବାସ୍‌ ଏହା ହିଁ ଥିଲା ଅସଲ କାରଣ।”

ବିଶ୍ୱକପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କା ୨୭୪ ରନ୍‌ କରିଥିବା ବେଳେ ଭାରତ ମାତ୍ର ୩୧ ରନ୍‌ରେ ଉଭୟ ସଚିନ୍‌ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କୁ ହରାଇଥିଲା। ଏହାପରେ ଗୌତମ ଗମ୍ଭୀର ଓ ବିରାଟ୍‌ କୋହଲି ତୃତୀୟ ୱିକେଟ୍‌ ପାଇଁ ୮୩ ରନ୍‌ର ଭାଗୀଦାରି କରିଥିଲେ।

ବିରାଟ୍‌ ୨୨ତମ ଓଭର୍‌ରେ ଆଉଟ୍‌ ହେବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ। ସେ ଗମ୍ଭୀରଙ୍କ ସହ ମିଶି ୪ର୍ଥ ୱିକେଟ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ୧୦୯ ସଂଗ୍ରହ କରିଥିଲେ। ଏଥିସହ ଧୋନି ଶେଷରେ ଛକା ମାରି ଭାରତକୁ ବିଶ୍ୱ ବିଜେତା କରିଥିଲେ।

ଦେଖନ୍ତୁ ସେହି ମ୍ୟାଚ୍‌ର ଭିଡିଓ



from Odisha Reporter https://ift.tt/2FAiAwL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages