‘ଓଡ଼ିଶାରେ ଟେକ୍ସଟାଇଲ୍‌କୁ ନେଇ ଅନେକ ସୁଯୋଗ ରହିଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

‘ଓଡ଼ିଶାରେ ଟେକ୍ସଟାଇଲ୍‌କୁ ନେଇ ଅନେକ ସୁଯୋଗ ରହିଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଟେକ୍ସଟାଇଲ୍‌କୁ ନେଇ ଅନେକ ସୁଯୋଗ ରହିଛି। ଏଠାରେ ଲୋକମାନଙ୍କର ଟେକ୍ସଟାଇଲ୍‌ ପ୍ରତି ରୁଚି ବଢ଼ିବାରେ ଲାଗିଛି। ଏହା କହିଛନ୍ତି ଇଣ୍ଟରନ୍ୟାସନାଲ ଫ୍ୟାସନ୍ ଡିଜାଇନର୍‌ ବିଭୁ ମହାପାତ୍ର।

‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ବିଭୁ ଗତକାଲିର ଫ୍ୟାଶନ୍ ଶୋ’ ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଫ୍ୟାଶନ୍ ଡିଜାଇନ୍‌କୁ ନେଇ ଥିବା ସୁଯୋଗ ସମ୍ପର୍କରେ ନିଜ ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି ଗତ ଥର କନ୍‌କ୍ଲେଭ୍‌କୁ ଗୋଟିଏ କମ୍ପାନୀ ଆସିଥିଲା। ଏଥର ୨୦୧୮ରେ ୩ଟି କମ୍ପାନୀ ଆସିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବଢିବ।

ସେ ମଧ୍ୟ ଆଗାମୀ ଦିନରେ ରାଜ୍ୟର ଟେକ୍ସଟାଇଲ୍‌ କ୍ଷେତ୍ରରେ ଅଧିକ ଗବେଷଣା କରି କିଛି ପୁଞ୍ଜି ନିବେଶ ପାଇଁ ଚେଷ୍ଟା କରିବେ ବୋଲି ବିଭୁ ମହାପାତ୍ର କହିଛନ୍ତି।



from Odisha Reporter https://ift.tt/2OIHN7j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages