ନେହରୁଙ୍କ ଉଦ୍ଦେଶ୍ୟରେ ବଦଳିଥିଲା ଶିଶୁ ଦିବସ ପାଳନର ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ନେହରୁଙ୍କ ଉଦ୍ଦେଶ୍ୟରେ ବଦଳିଥିଲା ଶିଶୁ ଦିବସ ପାଳନର ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ  ଜନ୍ମଦିନ। ଏହି ୧୪ ନଭେମ୍ବରକୁ ମଧ୍ୟ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ଶିଶୁମାନଙ୍କୁ ପ୍ରତି ନେହରୁଙ୍କ ସମ୍ପର୍କ ଥିଲା ନିବିଡ଼। ପିଲାମାନଙ୍କୁ ନେହରୁ ଖୁବ୍‌ ସ୍ନେହ କରୁଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୬୪ ମସିହା ପୂର୍ବରୁ ଭାରତରେ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରାଯାଉଥିଲା। ତେବେ ପଣ୍ଡିତ ନେହରୁଙ୍କ ଦେହାନ୍ତ ପରେ ଅର୍ଥାତ ୧୯୬୪ ମସିହା ପର ଠାରୁ ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ଜନ୍ମଦିନ ନଭେମ୍ବର ୧୪କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।

ନେହରୁଙ୍କ ମତରେ ଶିଶୁ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ନେହରୁଙ୍କ ପିତା ମୋତିଲାଲ ନେହରୁ ବାରିଷ୍ଟର ଥିଲେ। ତାଙ୍କ ପରିବାରର ସଦସ୍ୟ କାଶ୍ମୀର ପଣ୍ଡିତ ଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରେ ନେହେରୁ ସବୁଠୁ ବଡ଼ ଥିଲେ। ନେହରୁ ଶିକ୍ଷା ଘରୁ ଆରମ୍ଭ ହୋଇଥିଲା। ନେହରୁ  ଇଂଲିସ, ହିନ୍ଦୀ ଏବଂ ସଂସ୍କୃତରେ ଶିକ୍ଷା ଲାଭ କରିଥିଲେ। ବାଲ୍ୟାବସ୍ଥାରେ ଗୃହଶିକ୍ଷକଙ୍କ ତତ୍ୱାବଧାନରେ ସେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ।

ତାଙ୍କୁ ୧୫ ବର୍ଷ ବୟସ ହୋଇଥିବା ବେଳେ ସେ ଇଂଲଣ୍ଡ ଯାଇ ସେଠାରେ ହାରୋ ସ୍କୁଲ ଓ ଏହା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ପ୍ରାକୃତିକ ବିଜ୍ଞାନରେ ସ୍ନାତକଡିଗ୍ରୀ ସମାପ୍ତ କରିଥିଲେ। ୧୯୧୨ ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲା ପରେ ସିଧା ରାଜନୀତିରେ ଯୋଗ ଦେଇଥିଲେ ।ସେହି ବର୍ଷ ବାଙ୍କିପୁର ଠାରେ ଆୟୋଜିତ କଂଗ୍ରେସ ଅଧିବେଶନରେ ନେହରୁ ଜଣେ ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ୧୯୧୯ରେ ଆହ୍ଲାବାଦଠାରେ ହୋମରୁଲ୍ ଲିଗ୍‌ ସେ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ୧୯୧୬ ମସିହାରେ ତାଙ୍କର ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ସହ ସାକ୍ଷାତ ହୋଇଥିଲା। ଆଉ ଗାନ୍ଧୀଙ୍କ ବ୍ୟକ୍ତିତ୍ୱରେ ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ।

ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କୁ ଦୁଇ ଥର ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ସାଇମନ କମିଶନଙ୍କୁ ବିରୋଧ କରି ୧୯୨୮ମସିହାରେ ପୁଲିସ ଲାଠି ମାଡ଼ ଖାଇଥିଲେ। ସେହି ବର୍ଷ ଜବାହରଲାଲ ନେହରୁ ଗଠନ କରିଥିଲେ “ଭାରତ ସ୍ୱାଧୀନତା ଲିଗ୍” । ଯାହା ଭାରତରୁ ବ୍ରିଟିଶ ଶାସନର ସମ୍ପୂର୍ଣ୍ଣ ବିଲୋପ ପାଇଁ ଦାବି କରାଯାଇଥିଲା। ଆଉ ସେ ଏହାର ସାଧାରଣ ସମ୍ପାଦକ ହୋଇଥିଲେ। ୧୯୨୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ଲାହୋରଠାରେ ଅନୁଷ୍ଠିତ ହେଲା।

ଏହି ଅଧିବେଶନରେ ଜବାହରଲାଲ ନେହରୁ ଦଳର ସଭାପତି ଭାବେ ମନୋନୀତ ହୋଇଥିଲେ। ପଣ୍ଡିତ ନେହରୁ ଅନେକ ବାର ଜେଲ ବରଣ କରିଛନ୍ତି। ୧୯୪୨ ମସିହା ଅଗଷ୍ଟ ୭ରେ ମୁମ୍ବାଇଠାରେ ଏଆଇସିସିର ଅଧିବେଶନ ବସିଥିଲା। ଏହି ଅଧିବେଶନରେ ପଣ୍ଡିତ ନେହରୁ “ଭାରତ ଛାଡ” ପ୍ରସ୍ତାବ ଆଗତ କରିଥିଲେ । ୧୯୪୨ ଅଗଷ୍ଟ ୮ରେ ନେହରୁ ଓ ଅନ୍ୟ ନେତାମାନଙ୍କୁ ପୁଲିସ ଗିରଫ କରି ଅହମ୍ମଦନଗର ଦୁର୍ଗକୁ ନେଇଯାଇଥିଲା । ଏହା ଥିଲା ତାଙ୍କର ଶେଷ ଓ ଦୀର୍ଘତମ ଜେଲ ଅବସ୍ଥାନ । ସର୍ବମୋଟ୍ ସେ ୯ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ ।



from Odisha Reporter https://ift.tt/2B5pxBR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages