
ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଜଣେ ଅଜଣା ଯାତ୍ରୀଙ୍କ ଶିଶୁକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାରେ ଏବେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍। ନିଜ ଡ୍ୟୁଟିରୁ ବାହାରି ଏମିତି ମାନବିକତା ଦେଖାଇଥିବା ମହିଳାଙ୍କୁ ଏବେ ଭୁରି ଭୁରି ପ୍ରଶଂସା ମିଳୁଛି। ଏଥିସହ ସ୍ତନ୍ୟପାନ ସମୟର ଫଟୋ ସେଶାଲ୍ ମିଡ଼ିଆରେ ଭାଇରାଲ୍ ମଧ୍ୟ ହେଉଛି।
ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଜଣଙ୍କ ହେଉଛନ୍ତି ଫିଲିପିନ୍ସର ପେଟିସ୍ ଓରଗାନୋ। ପେଟିସ୍ଙ୍କ କହିବା ଅନୁଯାୟୀ, ‘ସବୁକିଛି ଠିକ୍ ଚାଲିଥିଲା। ହଠାତ୍ ଗୋଟେ ପିଲା କାନ୍ଦିବା ଆରମ୍ଭ କଲା। ପିଲା ଭୋକରେ କାନ୍ଦୁଥିଲା। ହେଲେ ଛୁଆଟିର ମା’ ପାଖରେ ଖୀର ପାଉଡର୍ ସରିଯାଇଥିଲା। ଫ୍ଲାଇଟ୍ ସପ୍ଲାଇ ପାଖରେ ମଧ୍ୟ କ୍ଷୀର ନ ଥିଲା। ଏଣୁ ମୁଁ ନିଜେ ଶିଶୁଟିକୁ ସ୍ତନ୍ୟପାନ କରାଇ କାନ୍ଦ ବନ୍ଦ କରାଇଥିଲି। କ୍ଷୀର ପିଇବା ପରେ ପିଲାଟି ଶୋଇପଡିଥିଲା।’
from Odisha Reporter https://ift.tt/2ODmMLi
No comments:
Post a Comment