
ପୁଣେ: ପାନ ବା ପୁଡ଼ିଆ ଖାଇ ଲାଲ ରଙ୍ଗର ଛେପ ଏଠିସେଠି ପକାଇବା ବର୍ତ୍ତମାନ ଏକ ସାଧାରଣ ଘଟଣା ପାଲଟିଛି। ଏପରିକି କିଛି କାର୍ଯ୍ୟାଳୟରେ ଦେବାଦେବୀଙ୍କ ମୂର୍ତ୍ତି ରଖି ଏଥିରେ ଲଗାମ୍ ଲଗାଇବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନି। କିନ୍ତୁ ପୁଣେ ମୁନିସିପାଲ୍ କର୍ପୋରେସନ୍ ପକ୍ଷରୁ ଏହାର ମୁକାବିଲା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ପୁଣେର ଗଳିଗୁଡ଼ିକ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ କରାଯାଇଥିବା ନିୟମ ଅନୁଯାୟୀ, ଯେକେହି ପାନଛେପ ପକାଇବ ସେ ହିଁ ନିଜ ହାତରେ ଏହାକୁ ସଫା କରିବ।
କେବଳ ଅର୍ଥଦଣ୍ଡ ସେମାନଙ୍କୁ ଏପରି କରିବାରୁ ରୋକିବାରେ ବିଫଳ ହେଉଥିବାରୁ ଏପରି ଅଭିନବ ଦଣ୍ଡବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ତରରେ ୫ଟି ୱାର୍ଡରେ ଏହା ଲାଗୁ ହୋଇଛି। ଗତ ୮ଦିନରେ ୧୫୦ ଜଣ ଏପରି ବ୍ୟକ୍ତିଙ୍କୁ ଧରାଯାଇଛି ଯେଉଁମାନେ ସମସ୍ତେ ରାସ୍ତାକୁ ସଫା କରିବା ସହିତ ୧୫୦ ଟଙ୍କା ଲେଖାଏ ତଣ୍ଡ ଗଣିଛନ୍ତି।
from Odisha Reporter https://ift.tt/2AXt5pA
No comments:
Post a Comment