
ବାଲେଶ୍ୱର (ରଞ୍ଜିତ ପାକଳ): ଜଣେ ଆଜୀବନ କଏଦୀର ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜେଲ୍ରେ ଘଟିଛି ଏଭଳି ହତ୍ୟାକାଣ୍ଡ! ମୃତକ ହେଲେ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସ।
୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍କୁ ଆସିଥିଲେ। ହେଲେ କୌଣସି କାରଣରୁ ବାଲେଶ୍ୱର ଜେଲ୍ରେ ଆଜୀବନ କଏଦୀ ଭାବେ ସଜା କାଟୁଥିବା ଶରତ ଗିରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ରାମଚନ୍ଦ୍ରକୁ ସାଙ୍ଗେ ସାଙ୍ଗେ ବାଲେଶ୍ୱର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
from Odisha Reporter https://ift.tt/2z1iRD1
No comments:
Post a Comment