
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତିତ୍ଲି’ ବାତ୍ୟାକୁ ମାସେରୁ ଅଧିକ ସମୟ ବିତିଲାଣି। ପ୍ରକୃତିର ଏହି ପ୍ରକୋପ ନେଇଛି ୭୯ ଜୀବନ। ଉଜାଡ଼ି ଦେଇଛି ଦକ୍ଷିଣ ଓଡ଼ିଶାର ହଜାର ହଜାର ହେକ୍ଟର ଜମିରେ ସୁନାର ଫସଲ। ଅଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଏଯାଏ ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ଦେବାର ନାଁ ଗନ୍ଧ ଧରୁନି।
ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର ଚାଷୀଙ୍କ ସୁନାର ଫସଲ ଉଜାଡ଼ି ଦେଇଥିଲା ‘ତିତ୍ଲି’ ବାତ୍ୟା। ସେଥିରୁ ଯାହା ବଞ୍ଚି ଯାଇଥିଲା, ସେଥିରେ ରୋଗ ପୋକ ଦାଉ ସାଧୁଛନ୍ତି। ଫଳରେ ଫସଲ ଅଗାଡ଼ି ହୋଇଯାଇଛି। ସମଦଶା ଭୋଗୁଛନ୍ତି କନିଷି, ସଦାଶିବପୁର ଓ ଦିଗପହଣ୍ଡି ବ୍ଲକର ଚାଷୀ। ଶହ ଶହ ଏକର ଜମିରେ ଧାନ ଅଗାଡ଼ି ହୋଇଯାଇଛି।
ଦୁଃଖର କଥା ‘ତିତ୍ଲି’ ବାତ୍ୟାର ମାସେ ପରେ ମଧ୍ୟ ଚାଷୀଙ୍କ ଦୁର୍ଦ୍ଦଶା ଉପରେ ପ୍ରଶାସନର ନଜର ପଡ଼ିନଥିବା ଅଭିଯୋଗ ହୋଇଛି। ଋଣ କରି ଫସଲ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ସେପଟେ ବ୍ରହ୍ମପୁରସ୍ଥିତ କୃଷି ଉପ ନିର୍ଦ୍ଦେଶକ ମନୋଜ ବେହେରା କହିଛନ୍ତି-“ତିତ୍ଲି ପ୍ରଭାବରେ ଜିଲ୍ଲାର ୨୧ଟି ବ୍ଲକର ୧ଲକ୍ଷ ୯୮ ହଜାର ହେକ୍ଟର ଜମିରେ ଫସଲ ଉଜୁଡ଼ିଛି। କ୍ଷତିପୂରଣ ପାଇଁ ୧୭୬କୋଟି ଟଙ୍କା ଆସିଛି। ଏହାର ବଣ୍ଟନ ଏବେ ଆରମ୍ଭ ହୋଇଛି।”
from Odisha Reporter https://ift.tt/2r3pP6d
No comments:
Post a Comment