ବିରୋଧୀଙ୍କୁ ଚୁପ କରାଇବାକୁ ବିଜୁ ଯୁବ ବାହିନୀକୁ ବ୍ୟବହାର କରାଯାଉଛି- ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 25, 2018

ବିରୋଧୀଙ୍କୁ ଚୁପ କରାଇବାକୁ ବିଜୁ ଯୁବ ବାହିନୀକୁ ବ୍ୟବହାର କରାଯାଉଛି- ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) – ପୂର୍ବତନ ସାଂସଦ ତଥା ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ରାୟଗଡ଼ାର କାଶୀପୁର ଠାରେ ଆକ୍ରମଣକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋପାଳରୁ ଏକ ଭିଡିଓ ଫେସବୁକରେ ପୋଷ୍ଟ କରି ଦୃଢ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରକୁ ସହନଶୀଳ ଦେଖାଇ ହେଉଥିଲେ ମଧ୍ୟ ତାଙ୍କ ସହ ଅସମ୍ମତ ହେଉଥିବା ଓ ସମାଲୋଚନା କରୁଥିବା ବ୍ୟକ୍ତିବିଶେଷଙ୍କୁ ଅପମାନିତ କରିବାରେ ତାଙ୍କୁ ଆନନ୍ଦ ମିଳିଥାଏ। ଏକଥା ସେ ବ୍ୟକ୍ତିଗତ ଅନୁଭୂତିରୁ ଜାଣିଛନ୍ତି ବୋଲି ଶ୍ରୀ ପ୍ରଧାନ ଏହି ଭିଡିଓରେ କହିଛନ୍ତି।

ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରୁଛି ।

ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଉପରୁ ସମ୍ବେଦନଶୀଳ, ମାତ୍ର ସମାଲୋଚକଙ୍କୁ ଅପମାନିତ କରିବାରେ ସେ ଆନନ୍ଦ ପାଆନ୍ତି ।

Dharmendra Pradhan यांनी वर पोस्ट केले रविवार, २५ नोव्हेंबर, २०१८

ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହ କଥା ହୋଇ ସେ ତାଙ୍କର ପ୍ରତିବାଦ ଜଣାଇଛନ୍ତି। ନବୀନ ପଟ୍ଟନାୟକଙ୍କ ସହ ଅସହମତ ହେଉଥିବା ଲୋକମାନଙ୍କୁ ଡରାଇ ଧମକାଇ ଚୁପ କରି ଦେବା ପାଇଁ ନିଷ୍ପତ୍ତି କରିଛନ୍ତି କି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ କାଶୀପୁର ପୂର୍ବରୁ ଆଳିରେ ବି ଶ୍ରୀ ସ୍ୱାଇଁଙ୍କ ଉପରେ ଆକ୍ରମଣ ହୋଇଥିଲା। ଉଭୟ ମାମଲାରେ ବିଜେଡିର ଯୁବକର୍ମୀମାନେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଥିଲେ।

ସେ କହିଛନ୍ତି, ରାଜନୀତିରେ ସହମତି, ଅସହମତି, ଆଲୋଚନା ଓ ପର୍ଯାଲୋଚନା ଗଣତାନ୍ତ୍ରିକ ପ୍ରକ୍ରିୟାର ଅଙ୍ଗ। ଖାରବେଳ ସ୍ୱାଇଁ ଓଡିଶା ପାଇଁ ଗୌରବ ଆଣିଛନ୍ତି। ଶ୍ରୀ ସ୍ୱାଇଁଙ୍କର ଓ ଅନ୍ୟାନ୍ୟ ବିରୋଧୀମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାର ଅଧିକାର ଅଛି। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ସମସ୍ତଙ୍କୁ ସମାଲୋଚନା କରିବାର ସମାନ ଅଧିକାର ରହିଛି। ମାତ୍ର ଓଡ଼ିଶାର ଟିକସଦାତାମାନଙ୍କର ଅର୍ଥରେ ଗଢ଼ା ହୋଇଥିବା ବିଜୁ ଯୁବ ବାହିନୀକୁ ବ୍ୟବହାର କରି ଆକ୍ରମଣ କରିବା ନେଇ ସେ ଦୃଢ଼ ପ୍ରତିବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାୟଗଡ଼ା ଏସପି କହୁଛନ୍ତି ଜଣଙ୍କୁ ଗିରଫ କରା ଯାଇଛି। ଘଟଣାସ୍ଥଳରେ ଗୁଡ଼ିଏଯୁବକ ଉପସ୍ଥିତ ଥିଲେ। ସେଠାରେ ଆଲୋଚନା ଚାଲିଥିଲା। ଜଣେ ଫୋନ କରି ପାଞ୍ଚ ଛଅ ଜଣ ଆସିଯାଅ, ପିଟିକି ବିଦା କରି ଦେବା ବୋଲି କହୁଥିବା ଭିଡିଓରେ ଶୁଣା ଯାଉଛି। ପୋଲିସ କି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସଭା କରିବା ପୂର୍ବରୁ ଶ୍ରୀ ସ୍ୱାଇଁ ଥାନାକୁ ଯାଇ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ। ମାତ୍ର ଏହି ସଭା ସ୍ଥାନକୁ କୌଣସି ପୋଲିସ କର୍ମଚାରୀ ଆସିଲେ ନାହିଁ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣ ବହୁତ ଜନପ୍ରିୟ ବୋଲି ଆପଣଙ୍କ ପାଖରେ ଦମ୍ଭ ଅଛି। ମାତ୍ର ଜଣେ ପୂର୍ବତନ ସାଂସଦ ସମାଲୋଚନା କଲେ। କ୍ଷମତା ଚାଲିଯିବା ଡରରେ ଓଡିଆ ଲୋକଙ୍କ ଝାଳବୁହା ଅର୍ଥରେ ଲୋକଙ୍କୁ ମାଡ଼ପିଟ କରି ମୁହଁ ବନ୍ଦ କରାଇବା ପାଇଁ ବିଜୁ ଯୁବ ବାହିନୀକୁ ଗୁଣ୍ଡା ଭାବରେ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଏହି ବାର୍ତ୍ତାରେ କହିଛନ୍ତି ।

ସେ କହିଛନ୍ତି,ଏହା ଭିତରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମାନେ କ୍ରୁର ହେଲେଣି। କଳାପାହାଡ଼ମାନଙ୍କ ଘେରରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଆଉ କିଛି ମାସ ପରେ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ଲୋକଙ୍କ ମତାମତ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ନିଜର ବଚସ୍କର ମାନଙ୍କୁ ବିରୋଧୀଙ୍କ ବିରୋଧରେ ହିଂସା କରିବାରୁ ନିବୃତ୍ତ ରଖନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।



from Odisha Reporter https://ift.tt/2TFDltU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages