
ବେଙ୍ଗାଲୁରୁ: ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିକେ ଜାଫର ଶରିଫ୍ଙ୍କର ଆଜି ସକାଳେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୫ ବର୍ଷ ହୋଇଥିଲା।
ଗତ କିଛି ଦିନ ତଳେ ନମାଜ୍ ପାଇଁ ଘରୁ ମସଜିଦ ଅଭିମୁଖେ ବାହାରୁ ଥିବାବେଳେ ଅସହଜ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡୁରାଓ କହିଛନ୍ତି, “କଂଗ୍ରେସ୍ର ଅନ୍ୟତମ ବରିଷ୍ଠ ନେତା, ଅନେକ ଥର ଲୋକସଭା ସାଂସଦ ଏବଂ ଭାରତର ଶ୍ରେଷ୍ଠ ରେଳମନ୍ତ୍ରୀ ସିକେ ଜାଫର ଶରିଫଙ୍କର ପରଲୋକ ହୋଇଯାଇଛି। ସେ ଜଣେ ଜାତୀୟ ସ୍ତରର ନେତା ଥିଲେ ଯାହାଙ୍କର ସବୁ ବର୍ଗର ଲୋକଙ୍କ ସହିତ ସୁସମ୍ପର୍କ ଥିଲା। ମୁଁ ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି।”
from Odisha Reporter https://ift.tt/2FGHVVS
No comments:
Post a Comment