
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବାହାଘର ପରେ ପ୍ରତ୍ୟକ ଝିଅ ମନରେ ଗୋଟିଏ ଭୟ ଥାଏ। ଶାଶୂଘର ଲୋକ କେମିତି ହୋଇଥିବେ। ଶାଶୂଘରେ କେମିତି ରହିବେ, କ’ଣ କରିବେ ଏମିତି ଅନେକ କିଛି।
କିନ୍ତୁ ଭାବିଲେ ଦେଖି, ଯଦି ନିଜ ଜୀବନସାଥି ସହ ଶାଶୁ ଶ୍ୱଶୁର ପରିବାର ଲୋକ ଭଲ ପଡ଼ିଲେ। ତେବେ ନିଶ୍ଚିତ ସୋନେପେ ସୁହାଗା । ଆମେ ଏତେ ସବୁ କହିବାର ଅର୍ଥ ହେଉଛି ଦୀପିକାଙ୍କୁ ରଣବୀର ମିଳିଗଲେ ଏ କଥା ସତ କିନ୍ତୁ ତା ସହ ତାଙ୍କୁ ଭଲ ଶ୍ୱଶୂର ଘରଟିଏ ମିଳିଗଲା ବୋଲି ବି ଚର୍ଚ୍ଚା ହେଉଛି।
ସେ ରଣଭୀରଙ୍କୁ ଇଟାଲୀର ବିବାହ କରିବା ପରେ ଏବେ ‘ଭୱନାନୀ’ ପରିବାରର ଅଂଶ ହୋଇଯାଇଛନ୍ତି।
ବାହଘର ପରେ ଦୀପିକାଙ୍କୁ ତାଙ୍କ ଶ୍ୱଶୂର ତଥା ରଣବୀର ସିଂହଙ୍କ ବାପା ଜଗଜତୀ ଭୱନାନୀ ଖୁବ୍ ଫିଲ୍ମ ହୋଇ ଦୀପିକାଙ୍କୁ ତାଙ୍କ ପରିବାକୁ ସ୍ୱାଗତ କରିଥିଲେ। ରଣବୀର ସିଂହଙ୍କ ଷ୍ଟାଇଲିଷ୍ଟ୍ ନିତାଶା ଗୌରବ ଇନ୍ଷ୍ଟାଗ୍ରାମ୍ରେ ଏକଥାର ଖୁଲାସା କରିଛନ୍ତି। ସେ ଲେଖିଛନ୍ତି। – ‘‘ସିନିୟର ଭୱନାନୀ ଆଜି କହିଛନ୍ତି, ୟେ ଦିୱାନୀ ତୋ ଭୱନାନୀ ହୋ ଗୟୀ।’’

ରଣଭୀରଙ୍କ ବାପାଙ୍କ ଏହି ଡାଇଲଗ୍ ଫିଲ୍ମ ଦୀପିକୀଙ୍କ ଫିଲ୍ମ ‘ୟେ ଜୱାନୀ ହୈ ଦିୱାନୀ’ ସହ ଜଡ଼ିତ।
ଏହାଛଡ଼ା ନତାଶା ଲେଖିଛନ୍ତି-‘‘ ପାଣିଭାବ ବିଭାଗର ଖବର ଅନୁଯାୟୀ ଦୁହିଁଙ୍କ ବାହାଘର ଦିନ ବର୍ଷା ହେବାର ଥିଲ। କିନ୍ତୁ ଆକାଶ ସଫା ଅଛି। ସୂର୍ଯ୍ୟକିରଣ ତାର ପ୍ରଖର ତେଜକୁ ବଜାୟ ରଖିଛି। କେବଳ ଏହି ଦୁହିଁଙ୍କ ପାଇଁ।’’
from Odisha Reporter https://ift.tt/2qQXjom
No comments:
Post a Comment