ମ୍ୟାଚ୍‌ ସହ ଆଗୁଆ ସିରିଜ୍‌ କବଜା କଲା ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ମ୍ୟାଚ୍‌ ସହ ଆଗୁଆ ସିରିଜ୍‌ କବଜା କଲା ଟିମ୍‌ ଇଣ୍ଡିଆ

ଲକ୍ଷ୍ନୌ: ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ସିରିଜ୍କୁ ଜିତିଥିବା ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ କବଜା କରିନେଇଛି। ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌କୁ ରୋହିତ୍ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଏକ ପାଖିଆ ଭାବେ ବିଶାଳ ୭୧ ରନ୍‌ରେ ଜିତି ନେଇଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ତଥା ଐତିହାସିକ ଶତକ ବଳରେ ୨ ୱିକେଟ୍ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବ୍‌ରେ ଇଣ୍ଡିଜ୍‌ ୯ ୱିକେଟ୍‌ ହରାଇ ମାତ୍ର ୧୨୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଏକଦା ଦଳ ୮୧ ରନ୍‌ରେ ୭ ୱିକେଟ୍‌ ହରାଇଥିବାରୁ ୧୦୦ ରନ୍‌ କରିପାରିବ କି ନାହିଁ ସନ୍ଦେହ ଉପୁଜିଥିଲା। କିନ୍ତୁ ଅଧିନାୟକ କାର୍ଲୋସ ବ୍ରାଥୱେଟ୍‌ ଓ କେମୋ ପଲ୍‌ ଶେଷ ଆଡ଼କୁ ବଡ଼ ବଡ଼ ଶଟ୍‌ ଖେଳି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ।


ବିସ୍ଫୋରକ ଶତକ ପାଇଁ ରୋହିତଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।
ଭାରତ ପକ୍ଷରୁ ଖଲୀଲ ଅହମ୍ମଦ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରା ପ୍ରତ୍ୟେକ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଗୋଟିଏ ୱିକେଟ୍‌ ରନ୍‌ ଆଉଟ୍‌ରୁ ମିଳିଛି।

ଭାରତ ଦେଇଥିବା ୧୯୬ ରନ୍‌ର ବିଶାଳ ଟାର୍ଗେଟକୁ ପିଛା କରୁଥିବା ଇଣ୍ଡିଜ୍‌ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୬ ରନ୍‌ରେ ଓପନର୍‌ ସାଇ ହୋପ୍‌ଙ୍କୁ ହରାଇଥିଲା। ହୋପ୍‌(୬)ଙ୍କୁ ଖଲୀଲ ଅହମ୍ମଦ ବୋଲ୍ଡ କରିଦେଇଥିଲେ।
ଏହାପରେ ବିସ୍ଫୋରକ ଶିମରନ୍‌ ହେଟମେୟରଙ୍କୁ ଶିଖର ଧୱନ୍‌ଙ୍କ ହାତରେ କ୍ୟାଚ୍‌ କରାଇ ଖଲୀଲ ନିଜର ଦ୍ୱିତୀୟ ୱିକେଟ୍‌ ଦଖଲ କରିଥିଲେ। ତୃତୀୟ ୱିକେଟ୍‌ ପାଇଁ ଡ୍ୟାରେନ୍‌ ବ୍ରାଭୋ କିଛି ସମୟ ପାଇଁ ଅଭିଜ୍ଞ ରାମଦିନଙ୍କ ସହ ଲଢ଼େଇ କରିଥିଲେ ହେଁ କୁଲଦୀପ ଯାଦବ ଏହି ଯୋଡ଼ିକୁ ଭାଙ୍ଗିଥିଲେ।

କୁଲଦୀପ ୧୮ଟି ବଲ୍‌ରେ ୨୩ ରନ୍‌ କରିଥିବା ବ୍ରାଭୋଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍‌ କରାଇ ଥିବା ବେଳେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ନିକୋଲାସ୍‌ ପୋରାନ୍‌ଙ୍କୁ ବୋଲ୍ଡ କରି ଇଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲିଦେଇଥିଲେ।

କାଏରେନ୍‌ ପୋଲାର୍ଡ(୬)ଙ୍କୁ ବୁମ୍ରା ଆଉଟ୍‌ କରି ଭାରତ ବିଜୟକୁ ଏକ ପ୍ରକାରର ନିଶ୍ଚିତ କରିଦେଇଥିଲେ। ଅନ୍ୟପଟେ ଖୁଣ୍ଟ ଭଳିସ ଛିଡ଼ା ହୋଇଥିବା ରାମଦିନଙ୍କୁ ଭୁବନେଶ୍ୱର କୁମାର ଆଉଟ୍ କରି ମ୍ୟାଚ୍‌ରେ ନିଜର ପ୍ରଥମ ୱିକେଟ୍‌ ପାଇଥିଲେ। ୮୧ ରନ୍‌ରେ ୬ ୱିକେଟ୍‌ ହରାଇଥିବା ଇଣ୍ଡିଜ୍‌ ରନ୍‌ ଆଉଟ୍‌ ଭାବେ ଫାବିଆନ୍‌ ଆଲେନ୍‌ଙ୍କୁ ହରାଇଥିଲା।

କୃନାଲ ପାଣ୍ଡ୍ୟାଙ୍କ ଏକ ସିଧା ଥ୍ରୋରେ ସେ ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ ଅଧିନାୟକ ବ୍ରାଥୱେଟ୍‌ ଓ ପଲ୍‌ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ତେବେ ୨୧ ବଲ୍‌ରେ ୨୦ ରନ୍‌ କରିଥିବା ପଲ୍‌ଙ୍କୁ ଭୁବନେଶ୍ୱର କୁମାର ଅଧିନାୟକ ରୋହିତଙ୍କ ହାତରେ କ୍ୟାଚ୍‌ କରାଇଦେଇଥିଲେ। ଏହାପରେ ବୁମ୍ରା ଟେଲଣ୍ଡର ପିୟରେଙ୍କୁ ଆଉଟ୍‌ କରି ମ୍ୟାଚ୍‌ରେ ନିଜର ଦ୍ୱିତୀୟ ୱିକେଟ୍‌ ନେଇଥିଲେ। ବ୍ରାଥୱେଟ୍‌ ଶେଷ ପର୍ଯ୍ୟନ୍ତ ୧୫ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।

ଏହାପର୍ବୂରୁ ରୋହିତ୍‌ ଶର୍ମାଙ୍କ ଐତିହାସିକ ଶତକ(୬୧ ବଲ୍‌ରେ ୧୧୧*) ବଳରେ ଟିମ୍‌ ଇଣ୍ଡିଆ ବିଶାଳ ୧୯୫ ରନ୍‌ କରିଥିଲା। ରୋହିତଙ୍କ ବ୍ୟତୀତ ଶିଖର ଧୱନ ୪୩, ରିଷଭ ପନ୍ତ ୫ ଓ ଲୋକେଶ ରାହୁଲ ଅପରାଜି ୨୬ ରନ୍‌ର ଇନିଂସ୍‌ ଖେଳିଥିଲେ। ରୋହିତ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଟି-୨୦ରେ ୪ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ଭାରତ ଏହାପୂର୍ବରୁ କୋଲକାତାଠାରେ ଶେଷ ହୋଇଥିବା ପ୍ରଥମ ଟି-୨୦କୁ ୫ ୱିକେଟ୍‌ରେ ଜିତି ନେଇଥିଲା।
ଶେଷ ଟି-୨୦ ମ୍ୟାଚ୍‌ଟି ଆସନ୍ତା ୧୧ ତାରିଖ ରବିବାର ଚେନ୍ନାଇରେ ଖେଳାଯିବ।

ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ଟେଷ୍ଟ ଶୃଙ୍ଖଳା ଖେଳିଥିଲା। ଏହାକୁ ଟିମ୍‌ ଇଣ୍ଡିଆ ୨-୦ରେ ଜିତିଥିଲା। ଏହାପରେ ୫ଟିକିଆ ଦିନିକିଆ ସିରିଜ୍‌କୁ ବିରାଟ୍‌ ବାହିନୀ ୩-୧ରେ କବଜା କରିଥିଲା।



from Odisha Reporter https://ift.tt/2F5STUz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages