ପରକୀୟା ନେଇ ଅଡୁଆରେ ଯାତ୍ରା ଟାଇଗର: ଥାନାରେ ଅଭିଯୋଗ ଆଣିଲେ ଦ୍ୱିତୀୟ ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ପରକୀୟା ନେଇ ଅଡୁଆରେ ଯାତ୍ରା ଟାଇଗର: ଥାନାରେ ଅଭିଯୋଗ ଆଣିଲେ ଦ୍ୱିତୀୟ ପତ୍ନୀ

ଯାତ୍ରା ଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା। ଅଭିଯୋଗ ଆଣିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ। ପଢ଼ନ୍ତୁ ପୂରା ଖବର।

ସୋର (ଶଶିକାନ୍ତ ବେହେରା): ସଞ୍ଜ ନଇଁଲେ ମଞ୍ଚ ଚାରିପାଖରେ ଜମେ ଭିଡ଼। ଦର୍ଶକ ଆସନ୍ତି ଓ କଳାକାରଙ୍କ ମିଛି ମିଛିକା ଅଭିନୟ ଦେଖନ୍ତି। ସକାଳ ହେଲେ ଫେରି ଯାଆନ୍ତି ପୁଣି ବାସ୍ତବ ଦୁନିଆକୁ। ଆଉ ନାଟକରେ ଅଭିନୟ କରୁଥିବା କଳାକାରମାନେ ମୁହଁରୁ ରଙ୍ଗ ଧୋଇ କ୍ୟାମ୍ପକୁ ଫେରିଯାଆନ୍ତି। ମାତ୍ର ଅଭିନୟ କରୁ କରୁ କେତେବେଳେ କିଏ କାହା ପ୍ରେମରେ ପଡ଼ିଗଲେ କେହି ଜାଣିପାରିଲେ ନାହିଁ। ଭାବ ଦିଆନିଆ ପରେ ବଦଳିଯାଏ ମଞ୍ଚ ଜୀବନର ଗତିପଥ। ମଞ୍ଚରେ ଜୀବନ୍ତ ହୁଏ ଅଭିନୟ। କିନ୍ତୁ ଉଚ୍ଛନ୍ନ ହୋଇଯାଏ ସତସତିକା ସଂସାର।
ଏମିତି ଏକ ସଂପର୍କକୁ ନେଇ ଏବେ ଅଡୁଆରେ ପଡ଼ିଛନ୍ତି, ଯାତ୍ରା ଜଗତର ଟାଇଗର ଭାବେ ଜଣାଶୁଣା ପ୍ରସିଦ୍ଧ ଭିଲେନ୍ ଦୈତାରୀ ପଣ୍ଡା। ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ତାଙ୍କ ଦ୍ୱିତୀୟ ପତ୍ନୀ ତଥା ବିଗତ ଦିନର ଜଣାଶୁଣା ଯାତ୍ରା ନାୟିକା ଲତା ମଣ୍ଡଳ।
ଲତା ମଣ୍ଡଳ ହେଉଛନ୍ତି ବିଗତ ଦିନରେ ଯଲିଉଡ୍‌ର ଜଣେ ସଫଳ ନାୟିକା। ବହୁ ହିଟ୍‌ ନାଟକରେ ଅଭିନୟ କରି ସେ ଦର୍ଶକଙ୍କଠାରୁ ସାଉଁଟିଛନ୍ତି ଅନେକ ତାଳି। ଦିନେ ଥିଲେ ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ। ହେଲେ ଆଜି ସମୟ ତାଙ୍କୁ ଏକ ଦୋଛକିରେ ଛିଡ଼ା କରିଛି।
‘ତାରିଣୀ ଗଣନାଟ୍ୟ’ର ଲୋକପ୍ରିୟ ନାଟକ ‘ଜୀଅନ୍ତା ଶବ’ରେ ଅଭିନୟ କଲାବେଳେ ଲତା ଆସିଥିଲେ ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡାଙ୍କ ସଂସ୍ପର୍ଶରେ। ମିଛିମିଛିକା ଅଭିନୟରୁ ହିଁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ ପ୍ରେମ। ସେ ସମୟରେ ଉଭୟଙ୍କ ପ୍ରେକକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ଇଣ୍ଡଷ୍ଟ୍ରୀରେ। ଅନେକ ଦିନ ଏମିତି ଚର୍ଚ୍ଚା ହେବାପରେ ଶେଷରେ ଲତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଦୈତାରୀ। ପରବର୍ତ୍ତୀ ସମୟରେ ଉଭୟ ପୁରୀରେ ବିବାହ କରିଥିଲେ।
ବିବାହ ପରେ ସ୍ୱାମୀ-ସ୍ତ୍ରୀ ଭାବେ ଉଭୟ ବିଭିନ୍ନ ଯାତ୍ରା ପାର୍ଟିରେ ଅଭିନୟ କରିଥିଲେ। ସେମାନଙ୍କ ଔରସରୁ ୨ଟି ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ଲତାଙ୍କ ଗର୍ଭରୁ ଜନ୍ମିତ ବଡ଼ପୁଅ ୩ ବର୍ଷରେ ହୋଇଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲା। ସାନପୁଅ ସୋମନାଥ ଏବେ ଲତାଙ୍କ ପାଖରେ ରହିଛି। ତେବେ ଏହା ଥିଲା ଦୈତାରୀଙ୍କର ଦ୍ୱିତୀୟ ବିବାହ। ଲତାଙ୍କୁ ବିବାହ କରିବା ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀ ଓ ଦୁଇଜଣ ପୁଅ ଥିଲେ।
ଏହା ଜାଣିଲା ପରେ ଲତା ଦୈତାରୀଙ୍କ ପାଖରୁ ନିଜ ହକ୍‌ ମାଗିଥିଲେ। ବିବାହ ପରେ ଚାହିଁଥିଲେ ଶାଶୂ ଘରକୁ ଯିବାକୁ। କିନ୍ତୁ ଦୈତାରୀ ତାଙ୍କୁ ସେ ସୁଯୋଗ ଦେଇନଥିଲେ। ଲତା ଦୈତାରୀଙ୍କ ପ୍ରଥମ ବିବାହ ନେଇ ପ୍ରତିବାଦ ମଧ୍ୟ କରିଥିଲେ। ହେଲେ ଦୈତାରୀ ତାଙ୍କୁ ବୁଝାସୁଝା କରି ସମାନ ଅଧିକାର ଦେବେ ବୋଲି କହିଥିଲେ। ସେଥିପାଇଁ ଲତା ନିଜର ସାଙ୍ଗିଆ ବଦଳାଇ ‘ମଣ୍ଡଳ’ରୁ ‘ପଣ୍ଡା’ କରିଥିଲେ। ଏପରିକି ଉଭୟ ମିଶି ଏକ ଜମି ମଧ୍ୟ କିଣିଥିଲେ। ଯେଉଁଥିରେ ଦୈତାରୀଙ୍କ ନାଁ ରହିଛି। ଏପରିକି ପୁତ୍ର ସୋମନାଥ ପଢ଼ୁଥିବା ସ୍କୁଲରେ ବାପାଙ୍କ ନାଁ ଦୈତାରୀ ପଣ୍ଡା ଲେଖାଯାଇଛି ବୋଲି ଲତା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।
ଏପରି ପରିସ୍ଥିତିରେ ଏବେ ଲତା ଓ ଦୈତାରୀଙ୍କ ଏ ବୈବାହିକ ସଂପର୍କ ପହଞ୍ଚିଛି ଥାନାରେ। ଦୈତାରୀଙ୍କଠାରୁ ହକ୍ ଦାବି କରି ଲତା ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି। ଅସୁସ୍ଥତା କାରଣରୁ ଗତ ୩ ବର୍ଷ ହେଲା ଲତା ମଞ୍ଚଠାରୁ ଦୂରେଇ ଯାଇଛନ୍ତି। ଦୁଃଖ କଷ୍ଟରେ ଘରେ ଜୀବନ ଅତିବାହିତ କରୁଛନ୍ତି। ଏପରି ସମୟରେ ଲତାଙ୍କୁ ପତ୍ନୀ ଭାବେ ଅସ୍ୱୀକାର କରୁଛନ୍ତି ଦୈତାରୀ। ଏପରିକି ଲତା କିଏ ମୁଁ ଜାଣିନି ବୋଲି କହୁଥିବା ଲତା ଥାନାରେ ଦେଇଥିବା ଅଭିଯୋଗରେ ଲେଖିଛନ୍ତି। ଯାହାକୁ ନେଇ ଲତା ଭାରକ୍ରାନ୍ତ ହୋଇପଡ଼ିଛନ୍ତି। ପୁଅ ସୋମନାଥକୁ ପିତୃତ୍ୱ ଅଧିକାର ଏବଂ ତାଙ୍କୁ ଓ ତାଙ୍କ ପୁଅକୁ ଦୈତାରୀ ଭରଣ ପୋଷଣ ଦିଅନ୍ତୁ ବୋଲି ଏତାଲାରେ ଲେଖାଯାଇଛି।



from Odisha Reporter https://ift.tt/2SR5MVt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages