
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବେ କି ନାହିଁ, ସେନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ଆଜି ଏହା ଉପରୁ ପରଦା ହଟିଛି। ରୋହିତ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ଖେଳିବେ ବୋଳି ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରୋହିତଙ୍କ ନାଁ ଇଣ୍ଡିଆ ‘ଏ’ ଦଳରେ ରହିଥିଲା। ଇଣ୍ଡିଆ ‘ଏ’ ଆସନ୍ତା ୧୬ରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ ଦିନିଆ ଟେଷ୍ଟ ମ୍ୟାଚ୍ ଖେଳିବ। ତେଣୁ ରୋହିତ ଏଥିରେ ଭାଗ ନେବେ। ଏହାଦ୍ୱାରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ରେ ସେ ଭଲ ପ୍ରଦର୍ଶନ କରିପାରିବେ ବୋଲି ବିସିସିଆଇ କହିଥିଲା। ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ୍ ଖେଳିବା ପରେ ନ୍ୟୁଜିଲ୍ୟାଣ୍ଡରୁ ଅଷ୍ଟ୍ରେଲିଆ ଗସ୍ତ କରି ୨୧ରେ ମ୍ୟାଚ୍ ଖେଳିବା ରୋହିତଙ୍କ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଥିଲା। ତେଣୁ ସେ ପ୍ରଥମ ଟି-୨୦ ଖେଳିବେ କି ନାହିଁ ଆଶଙ୍କା ପ୍ରକାଶ ପାଇଥିଲା।

ତେବେ ଆଜି ସନ୍ଧ୍ୟାରେ ବିସିସିଆଇ ପକ୍ଷରୁ ରୋହିତଙ୍କୁ ଭାରତୀୟ ଏ ଦଳରୁ ବିଶ୍ରାମ ଦିଆଯାଇଛି। ନିକଟରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଖେଳିଥିଲେ। ଏହାପୂର୍ବରୁ ଦିନିକିଆରେ ମଧ୍ୟ ରୋହିତ ସାମିଲ ଥିଲେ। ତେଣୁ ଅଧିକ ୱାର୍କଲୋଡ୍ ଯୋଗୁ ବିସିସିଆଇ ଭାରତୀୟ ‘ଏ’ ଦଳରୁ ତାଙ୍କ ନାଁକୁ କାଟି ଦେଇଛି। ଏବେ ସେ ସିଧାସଳଖ ଆସନ୍ତା ୧୬ରେ ଟିମ୍ର ଅନ୍ୟ ସଦସ୍ୟମାନଙ୍କ ସହ ଟି-୨୦ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2zSEMMo
No comments:
Post a Comment