ପ୍ରପୋଜ କରିବା ବେଳେ ନାକ କାମୁଡି ଦୌଡିଥିଲା ପ୍ରେମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ପ୍ରପୋଜ କରିବା ବେଳେ ନାକ କାମୁଡି ଦୌଡିଥିଲା ପ୍ରେମିକା

ମୁମ୍ୱାଇ: ହିନ୍ଦୀ ସିନେମା ଜଗତର ଅଲ୍‌ଟାଇମ୍‌ ଫେବରାଇଟ୍‌ ଖଳନାୟକ ରାଜା ମୁରାଦଙ୍କର ଆଜି ଜନ୍ମଦିନ। ୨୩ ନଭେମ୍ୱର ୧୯୫୦ରେ ଉତ୍ତର ପ୍ରଦେଶର ରାମପୁରରେ ଜନ୍ମ ନେଇଥିଲେ ରାଜା ।

ନିଜର ନିଖୁଣ ଅଭିନୟ ପାଇଁ ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ୨୫୦ରୁ ଅଧିକ ଫିଲ୍ମ କରିଥିବା ମୁରାଦଙ୍କୁ ରଣବୀର୍‌ ସିଂହ ଓ ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ପଦ୍ମାବତ୍‌’ରେ ଜଲାଉଦ୍ଦୀନ୍‌ ଖିଲ୍‌ଜି ରୂପରେ ଦେଖିବାକୁ ମିଳିଥିଲା।

୧୯୬୫ ମସିହାରେ ଗୋଆରୁ ସେ ଅଭିନୟ ଦୁନିଆରେ ପ୍ରବେଶ କରିଥିଲେ। ରାଜା ମୁରାଦ ଅନେକ ଫିଲ୍ମରେ ଅଭିନେତ୍ରୀଙ୍କ ଉପରେ ଅତ୍ୟାଚାର କରୁଥିବା ଆପଣ ନିଶ୍ଚୟ ଦେଖିଥିବେ। କିନ୍ତୁ ରାଜାଙ୍କ ଅସଲ ଜୀବନ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ପରଦା ଉପରେ ଅଭିନେତ୍ରୀଙ୍କ ଉପରେ ଅତ୍ୟାଚାର କରୁଥିବା ରାଜା, ଜଣେ ଝିଅକୁ ମନ କଥା କହି ହଟହଟା ହୋଇଥିଲେ। ପ୍ରକୃତରେ ରାଜା ତାଙ୍କ ଘର ପାଖରେ ରହୁଥିବା ଗୋଟିଏ ଝିଅକୁ ପସନ୍ଦ କରୁଥିଲେ। ଯିବା ଆସିବା ସମୟରେ ଝିଅଟିକୁ ଦେଖି ମନେ ମନେ ସେ ଭଲ ପାଇ ବସିଥିଲେ। କିନ୍ତୁ ମନ କଥା କହିବା ପାଇଁ ସାହସ ଜୁଟାଇ ପାରୁ ନ ଥିଲେ। ଏଥିପାଇଁ ମୁରାଦଙ୍କ ସାଙ୍ଗମାନେ ତାଙ୍କୁ ଚିଡ଼ାଇବାକୁ ଆରମ୍ଭ କଲେ। ରାଜା ମୁରାଦ ସାହସ ଜୁଟାଇ ଝିଅଟିକୁ ଦିନେ ପ୍ରପୋଜ କରିବେ ବୋଲି ଚିନ୍ତା କଲେ।

କିନ୍ତୁ ଝିଅଟି ତାଙ୍କ ପାଖକୁ ଆସିବା ମାତ୍ରେ ସେ ଡରି ଯାଇଥିଲେ । ଡରରେ ସେ ପ୍ରପୋଜ୍‌ କରିବା ବଦଳରେ ଝିଅଟିର ଗାଲକୁ ଏକ କିସ୍‌ କରି ଦେଇଥିଲେ। ଏହା ପରେ ଝିଅଟି ଖୁବ୍‌ ରାଗି ଯାଇ ରାଜା ମୁରାଦଙ୍କ ନାକକୁ କାମୁଡି ଦୌଡ଼ି ପଳାଇଥିଲା।

ଫିଲ୍ମରେ ଅଭିନେତ୍ରୀଙ୍କୁ କନ୍ଦାଉ ଥିବା ରାଜାଙ୍କ ନାକ କଟିବା ପରେ ସେ ଖୁବ୍ କାନ୍ଦିଥିଲେ। ଏହି ଘଟଣା ରାଜା ମୁରାଦଙ୍କ ସହିତ ସ୍କୁଲ ସମୟରେ ଘଟିଥିଲା।

ଏହି ଘଟଣା ପରେ ରାଜା ଆଉ ପ୍ରେମ କରି ନାହାନ୍ତି। ଶମିନା ମୁରାଦଙ୍କୁ ବିବାହ କରିବା ପରେ ଦୁଇ ଛୁଆଙ୍କୁ ନେଇ ତାଙ୍କ ସଂସାର ରଥ ସୁରୁଖୁରୁରେ ଗଡୁଛି।



from Odisha Reporter https://ift.tt/2QesWGz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages