ଚାଷୀଙ୍କୁ ଗୋଲାପି ଚିତ୍ର ଦେଖାଇଲେ ରାହୁଲ, ଋଣ ଛାଡ଼ ନେଇ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଚାଷୀଙ୍କୁ ଗୋଲାପି ଚିତ୍ର ଦେଖାଇଲେ ରାହୁଲ, ଋଣ ଛାଡ଼ ନେଇ କହିଲେ ଏମିତି କଥା

ବିଦିଶା(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି କ୍ରମରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି।

ସେ କହିଛନ୍ତି, ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପିକୁ ହଟାଇ କଂଗ୍ରେସ କ୍ଷମତାକୁ ଆସିଲେ ନୂଆ ସରକାର ମାତ୍ର ୧୦ ଦିନ ମଧ୍ୟରେ ଚାଷୀଙ୍କ ସମସ୍ତ କୃଷି ଋଣକୁ ଛାଡ଼ କରିଦେବ। ବିଦିଶାଠାରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ରାହୁଲ ଏପରି ଘୋଷଣା କରିଛନ୍ତି।

ଏହି ସମାବେଶରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର ହମ୍‌ଲା କରି କହିଛନ୍ତି, “ ପ୍ରଧାନମନ୍ତ୍ରୀ ଶିଳ୍ପପତିଙ୍କ ୩.୫ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ହେଲେ ଚାଷୀଙ୍କ ପାଇଁ କିଛି କରିନାହାନ୍ତି। ସେ କେବଳ ବଡ଼ ଲୋକଙ୍କୁ ସହଯୋଗ କରନ୍ତି। ଚାଷୀ ଓ ସଚ୍ଚୋଟ ଲୋକଙ୍କୁ ସେ କୌଣସି ପ୍ରକାରର ସହଯୋଗ କରୁନାହାନ୍ତି।

ବିଜୟ ମାଲ୍ୟା ୧୦,୦୦୦ କୋଟି, ମେହୁଲ ଚୋକସି ଓ ନିରବ ମୋଦି କୋଟି କୋଟି ଟଙ୍କା ନେଇ ଫେରାର ହୋଇଗଲେ। ଆମେ ସେମାନଙ୍କୁ ଋଣ ଛାଡ଼ କରିପାରୁଛୁ। ହେଲେ ଚାଷୀଙ୍କ ଋଣ ଛାଡ଼ ନେଇ କୌଣସି ପ୍ରକାରର ଘୋଷଣା କରୁନାହୁଁ।

ମୋଦି ଚାଷୀଙ୍କ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ମିଳିବ ବୋଲି କହିଥିଲେ। ଚାଷୀଙ୍କ ଜୀବନଧାରଣ ଶୈଳୀ ବଦଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମୁଁ ଯେତେବେଳେ ଏକଥା ମୋଦିଙ୍କୁ ପଚାରିଲି ସେ କେବଳ ଚୁପ୍‌ ରହିଲେ।”

ଏହାପରେ ରାହୁଲ ଗାନ୍ଧି ନିଜ ହାତର ୧୦ଟି ଆଙ୍ଗୁଳି ଗଣିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ୧୦ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କ ଋଣକୁ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ।



from Odisha Reporter https://ift.tt/2BrEbDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages