ଯାହାଙ୍କୁ ହାତ ପାପୁଲିରେ ଦର୍ଶନ ଦେଇଥିଲେ ଶ୍ରୀ ଜଗନ୍ନାଥ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଯାହାଙ୍କୁ ହାତ ପାପୁଲିରେ ଦର୍ଶନ ଦେଇଥିଲେ ଶ୍ରୀ ଜଗନ୍ନାଥ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଆ ଲୋକେ ଏହାକୁ ଧର୍ମମାସର ଶେଷ ଦିନ ଭାବେ ଦେବାର୍ଚ୍ଚନାରେ ବିତାଇ ଥାଆନ୍ତି। ଡଙ୍ଗାଭସା ଯାଏ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଥାଏ। ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରାଜଧୀରାଜ ବେଶ ମଧ୍ୟ ଅନୁଷ୍ଠିତ ହୋଇଥାଏ। ହେଲେ ଆଉ ଗୋଟିଏ ପ୍ରମୁଖ କଥା ଏହି ଦିନ ସହ ଯୋଡି ହୋଇ ରହିଛି।

କଥାଟି କ’ଣ ଜାଣନ୍ତି ? କାଳିଆର ଭକ୍ତ କଥା।

ଆଜି ହେଉଛି ଶିଖ୍‌ ଧର୍ମଗୁରୁ ନାନକଙ୍କ ଜନ୍ମ ଉତ୍ସବ। ଆମ କଥା ଶୁଣି ଭାବୁଥିବେ ହଠାତ୍‌ ନାନକଙ୍କ କଥା କାହିଁକି କହିଲୁ ବୋଲି। ବାସ୍ତବ କଥାଟି ହେଉଛି ଗୁରୁ ନାନକଙ୍କ ଓଡ଼ିଶା ଆଉ ଶ୍ରୀ ଜଗନ୍ନାଥଙ୍କ ସହ ସମ୍ପର୍କ ବଡ଼ ନିବିଡ। ତା ହେଲେ ଆସନ୍ତୁ ଜାଣିବା, ଗୁରୁ ନାନକ ଓ ଶ୍ରୀ ଜଗନ୍ନାଥଙ୍କ ମଧ୍ୟରେ ଥିବା ଭକ୍ତ, ଭଗବାନଙ୍କ ନିବିଡ଼ ସମ୍ପର୍କ ବିଷୟରେ।

ଗୁରୁ ନାନକ ୫୦୦ ଶହ ବର୍ଷ ତଳେ ଶ୍ରୀକ୍ଷେତ୍ର ପୁରୀକୁ ଆଗମନ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନିରାକର ସତ୍ତାକୁ ଗ୍ରହଣ କରି ସେ ପାଲଟି ଯାଇଥିଲେ ଶ୍ରୀ ଜିଉଙ୍କ ପରମ ଭକ୍ତ। ସେ ନିଜ ଶିଷ୍ୟ ମର୍ଦ୍ଦନଙ୍କ ସହ ପୁରୀ ଆସିଥିଲେ। କଥାରେ ଅଛି ମହାପ୍ରଭୁ ନାନକଙ୍କ ପାଇଁ ନିଜ ରତ୍ନଥାଳି ବଢାଇ କ୍ଷୁଧା ନିବାରଣ କରିଥିଲେ।

ଏକଦା ନାନକ ନିଜ ଶିଶ୍ୟମାନଙ୍କୁ ନେଇ  ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିବା ବେଳେ ଯବନ ଭାବି ସେମାନଙ୍କୁ ଶ୍ରୀମନ୍ଦିର ମଧ୍ୟକୁ ପ୍ରେବେଶ ଅନୁମତି ମିଳି ନ ଥିଲା। ଏଣୁ ସେ ମହାପ୍ରଭୁଙ୍କ ଉପରେ ଅଭିମାନ କରି ସିଂହଦ୍ୱାର ଛାଡି ମହୋଦଧି କୂଳରେ ଛତା ପାରି ବସି ଧ୍ୟାନମଗ୍ନ ହୋଇଥିଲେ । ଗୁରୁ ଗ୍ରନ୍ଥ ସାହେବର କାହାଣୀ ମୁତାବକ ଠାକରଙ୍କୁ ରତ୍ନଥାଳ ଶ୍ରୀମନ୍ଦିରରକୁ ଉଠିଆସି ତାଙ୍କ ମଥା ଉପରେ ବୁଲିବାକୁ ଲାଗିଥିଲା। ଏପରିକି ଖବର ପାଇଁ ଗଜପତି ମହାରାଜ ତାଙ୍କ ନିକଟକୁ ଯିବାବେଳେ ସେ ନିଜ ହାତ ପାପୁଲିରେ ମହାପ୍ରଭୁଙ୍କୁ ଦର୍ଶନ କରାଇଥିଲେ।

ସନ୍ଥ ନାନକଙ୍କ ହାତ ପାପୁଲିରେ ମହାପ୍ରଭୁଙ୍କୁ ଦର୍ଶନ କରି ରାଜା ଅଭିଭୁତ ହୋଇଥିଲେ ଓ ନାନକପନ୍ଥି ଭକ୍ତଙ୍କ ପାଇଁ ଜମି ଖଞ୍ଜା କରିଥିଲେ। ମହାପ୍ରଭୁଙ୍କ ଏହି ପରମଭକ୍ତ ଗୁରୁ ନାନକଙ୍କ ଅବସ୍ଥାନ ଅଞ୍ଚଳକୁ ବାଉଳୀ ମଠ ଭାବେ ଗ୍ରହଣ କରାଯାଏ। ଯେଉଁଠାରେ ନାନକଙ୍କ ସମାଧି ପୂଜିତ ହେଉଛି।

ଖାଲି ସେତିକି ନୁହେଁ ଜଗନ୍ନାଥ ମହାପ୍ରଭୁଙ୍କ ନିମିତ୍ତ ଏକ ପଞ୍ଜାବୀ ଭାଷାରେ ଲିଖିତ ଆରତୀ ମଧ୍ୟ ସେ ରଚନା କରିଥିଲେ।

ଯାହାର ବୋଲ୍‌ ହେଉଛି- “ଗଗନ ମେ ଥାଲ୍‌, ରବ୍‌ ଚନ୍ଦ ଦୀପକ୍‌ ବନେ, ତାରକା ମଣ୍ଡଲ ଜନ୍ନକ ମୋତି…”।

ଏହି ଗୀତଟିକୁ ଆଜି ମଧ୍ୟ ବାଉଳୀ ମଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଳତୀ ସମୟରେ ଗାନ କରାଯାଉଥିବା ଦେଖା ଯାଇଥାଏ।



from Odisha Reporter https://ift.tt/2S3TmYW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages