
ଭୋପାଲ: ମଧ୍ୟପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପି ଆଜି ତା’ର ଦଳୀୟ ଇସ୍ତାହାର ଜାରି କରିଛି। ଏଥିରେ ଦଳ ପକ୍ଷରୁ ପ୍ରତିଶ୍ରୁତିର ବର୍ଷା କରାଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ଦଳ ପକ୍ଷରୁ ଏହି ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରାଯାଇଛି। ଯେଉଁଥିରେ ବିଜେପି ରାଜ୍ୟରେ କ୍ଷମତା ଦଖଲ କଲେ ଝିଅମାନଙ୍କୁ ମାଗଣା ସ୍କୁଟି ଯୋଗାଇ ଦିଆଯିବ।
ହେଲେ ସମସ୍ତଙ୍କୁ ନୁହେଁ, କେବଳ ଯେଉଁ ଝିଅମାନେ ଦ୍ୱାଦଶ ଶ୍ରେଣୀରେ ୭୫% ମାର୍କ ରଖିବେ, ସେମାନଙ୍କୁ ହିଁ ଏହି ସୁବିଧା ଯୋଗାଇ ଦିଆଯିବ।
ଏଥିସହ ଦଳ କ୍ଷମତାକୁ ଆସିଲେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ଶ୍ରୀ ଜେଟଲୀ କହିଛନ୍ତି, ବିଜେପି ସରକାର ରାଜନୀତିର ଏଜେଣ୍ଡାକୁ ବଦଳାଇ ଦେବା ସହ ମଧ୍ୟପ୍ରଦେଶର ବିକାଶକୁ ସର୍ବଦା ଗୁରୁତ୍ୱ ଦେଇଛି। କଂଗ୍ରେସ ୨୦୦୩ରେ ମଧ୍ୟପ୍ରଦେଶରେ କ୍ଷମତାଚ୍ୟୁତ ହୋଇଥିଲା।
ସେତେବେଳେ ମଧ୍ୟପ୍ରଦେଶ କେଉଁଭଳି ସ୍ଥିତିରେ ଥିଲା, ଥରେ ଚିନ୍ତା କରନ୍ତୁ। ୨୦୦୩ରେ ମଧ୍ୟପ୍ରଦେଶରେ ସଡ଼କ ନଥିଲା, ପାଣି ମିଳୁ ନଥିଲା ଏବଂ ଲୋକଙ୍କ ପାଖରେ ବିଜୁଳି ପହଞ୍ଚି ପାରି ନଥିଲା। କିନ୍ତୁ ଏବେ ଏସବୁ ସମସ୍ୟା ଟଳି ଯାଇଛି। ବିଜେପି କ୍ଷମତାକୁ ଆସିଲେ ନର୍ମଦା ଏକ୍ସପ୍ରେସ ୱେ ଏବଂ ଚାମ୍ବା ଏକ୍ସପ୍ରେସ ୱେ ନିର୍ମାଣ କରିବ ବୋଲି ଜେଟଲୀ କହିଛନ୍ତି।
ମଧ୍ୟପ୍ରଦେଶର ୨୩୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୨୮ରେ ଭୋଟ ଗ୍ରହଣ ହେବ।
from Odisha Reporter https://ift.tt/2QNW6tb
No comments:
Post a Comment