ବଙ୍ଗାଲୀ ବାବା ପୋଷ୍ଟର ମାରି ଲୁଟୁଥିଲେ, ଧରାପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ବଙ୍ଗାଲୀ ବାବା ପୋଷ୍ଟର ମାରି ଲୁଟୁଥିଲେ, ଧରାପଡ଼ିଗଲେ

ମୁମ୍ବାଇ:ଟ୍ରେନ୍‌ରେ ଯାତ୍ରା କରିବାସମୟରେ ପ୍ରେମ ବିବାହ, ବଶୀକରଣ, ଶତ୍ରୁଠାରୁ ମୁକ୍ତି, ବିଦେଶଯାତ୍ରାରେ ଅସୁବିଧା, ପତିପତ୍ନୀ ମଧ୍ୟରେ ମନୋମାଳିନ୍ୟ ଏବଂ ବିବାହରେ ସମସ୍ୟା ଆଦିର ସମାଧାନ ୨୪ ଘଣ୍ଟାରେ ଲେଖାଥିବା ପୋଷ୍ଟର ନିଶ୍ଚୟ ଦେଖିବାକୁ ପାଇଥିବେ। ବଶୀକରଣ ସ୍ପେଶାଲିଷ୍ଟ ବଙ୍ଗାଲୀ ବାବା ସମସ୍ତ ସମସ୍ୟାର ଶତ ପ୍ରତିଶତ ସମାଧାନ କରିପାରିବେ ବୋଲି ଏକ ନମ୍ବର ଲିଖିତ ପୋଷ୍ଟର ବିଭିନ୍ନ ଟ୍ରେନ୍‌ ମାନଙ୍କରେ ମରାଯାଇ କିଭଳି ଲୁଟ୍‌ କରାଯାଉଛି ସେଭଳି ଘଟଣା ସାମ୍ନାକୁ ଆସିଛି।

ଅକରମ୍‌ ଶାହ ବଙ୍ଗାଲୀ ନାମରେ ପୋଷ୍ଟର ମାରୁଥିବା ଜଣେ ଦ୍ୱିତୀୟ ଶ୍ରେଣୀ ଫେଲ୍‌ ୨୫ ବର୍ଷୀୟ ଯୁବକ ରିୟାଜ୍‌ ଚୌହାନ୍‌କୁ ଗିରଫ କରାଯିବା ପରେ ସବୁ କିଛି ସାମ୍‌ନାକୁ ଆସିଛି। କେବଳ ସେ ନୁହେଁ ତା’ ସହିତ ଅନ୍ୟ ୩ ଜଣ ମିଶି ଏଭଳି ଲୁଟୁଥିଲେ। ସମସ୍ୟାର ସମାଧାନ କରିବାକୁ ଥିବା ବ୍ୟକ୍ତିର ପରିଚୟ ବାବା ରହିମ ଓ ବଙ୍ଗାଲି ବାବା ରଖାଯାଇଥିଲା ଏବଂ ଟାର୍ଗେଟ୍‌ରେ ଥିଲେ ନିରୀହ ଲୋକେ, ବିଶେଷ କରି ମହିଳା ଯାତ୍ରୀମାନେ।

ଲଗାତାର ଏପରି ପୋଷ୍ଟର ଲଗାଯାଉଥିବା ଅଭିଯୋଗ ଆସିବାପରେ ଆରପିଏଫ୍‌ ପକ୍ଷରୁ ସିସିଟିଭି ଯାଞ୍ଚ କରି ୩ ଜଣଙ୍କୁ ଧରାଯାଇଥିଲା। ଏହି ୩ ଜଣଙ୍କ ନାମ ରଶିଦ୍‌ ଅଲ୍‌ଭି, ସକିବ୍‌ ଇସ୍ତିୟାକ୍‌ ଏବଂ ମେହବୁବ୍ ସବ୍ବିର ବୋଲି ଜଣାଯାଇଛି।

ସେମାନେ ଯେଉଁ ବ୍ୟକ୍ତିଙ୍କ ଅଧୀନରେ କାମ କରୁଥିଲେ ତାଙ୍କଠାରୁ ଜଣକା ୨୦୦ ଲେଖାଏ ପୋଷ୍ଟର ନେଇ ଭୋର ସମୟରୁ ବାହାରି ଯାଆନ୍ତି। ସେମାନେ ଏହି ପୋଷ୍ଟର ମାରିବାକୁ ଦିନକୁ ୫୦୦ ଟଙ୍କା ଲେଖାଏ ପାଆନ୍ତି। କିନ୍ତୁ ଦିଆଯାଇଥିବା ନମ୍ବରଟି ଏମାନଙ୍କର ନୁହେଁ। ଏହାପରେ ଯାଇ ରିୟାଜ୍‌ ଚୌହାନ୍‌ କଥା ସାମ୍ନାକୁ ଆସିଥିଲା।

ସେ କଲ୍‌ ପାଇବାରେ ପରେ ନିଜକୁ ବଙ୍ଗାଲୀ ବାବା ବା ତନ୍ତ୍ର ସାଧକ ଦର୍ଶାଇ ନାମ, ବୟସ, ମା’ଙ୍କ ନାମ ଏବଂ ସମସ୍ୟା ବାବଦରେ ପଚାରେ। ଏହାପରେ ଏକ ସ୍ୱତନ୍ତ୍ର ପୂଜା କରାଯିବ କୁହାଯାଏ ଯାହାର ମୂଲ୍ୟ ୩୫୦୦ ଟଙ୍କା। ଏହା ଟ୍ରାନ୍ସଫର ହୋଇପାରେ କିମ୍ବା ନଗଦ ସଂଗ୍ରହ ମଧ୍ୟ କରାଯାଏ। ଟଙ୍କା ପାଇବା ପରେ ସବୁକିଛି ଠିକ୍‌ ହେଇଯିବ ବୋଲି ଆଶ୍ୱାସନା ଦିଆଯାଏ। ସେହି ସପ୍ତାହରେ ନମ୍ବରଟି ଲାଗୁଥାଏ ଏବଂ ଏହାପରେ ଆଉ ଲାଗେନି। ଟ୍ରେନ୍‌ରେ ଲାଗିବାକୁ ଆରମ୍ଭ କରେ ନୂଆ ନମ୍ବର ସହିତ ନୂଆ ପୋଷ୍ଟର୍‌। ପୁଣି ଆରମ୍ଭ ହୁଏ ନିରୀହ ଟ୍ରେନ୍‌ ଯାତ୍ରୀଙ୍କୁ ଠକିବାର ନୂତନ ତରିକା।



from Odisha Reporter https://ift.tt/2P0W93j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages