
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ହରଡ଼ ଘଣାରେ ପଡିଛି ଶ୍ରୀମନ୍ଦିର ପ୍ରଶାସନ। ଜଗନ୍ନାଥ ମନ୍ଦିର ପୁରୀରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କୁଆଡେ ଖୋର୍ଦ୍ଧାରେ ଅଛି ବୋଲି ସୁପ୍ରିମ୍ କୋର୍ଟରେ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି। ଏଣେ ପୁରୀ ଜିଲାପାଳଙ୍କୁ ଜିଲା ଜଜ୍ ଭାବେ ଅଭିହିତ କରାଯାଇଥିବା ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏ ସମ୍ପର୍କିତ ଅଭିଯୋଗ କରି ସେ ଏକ ଭିଡିଓ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମଧ୍ୟ ଛାଡିଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ଓ ଅନ୍ୟାନ୍ୟ ସମସ୍ୟ ସମ୍ପର୍କରେ ଅବଗତ ହେବାକୁ ମାନ୍ୟବର ସୁପ୍ରିମ୍ କୋର୍ଟ ଶ୍ରୀମନ୍ଦିର ପ୍ରଶାସନଠାରୁ ଜବାବ ତଲବ କରିଥିଲେ। ଏହି ନିର୍ଦ୍ଦେଶକୁ ଆଧାର କରି ଅକ୍ଟୋବର ମାସରେ ପ୍ରଶାସନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅବଗତି ପାଇଁ ସତ୍ୟପାଠ ଦାଖଲ କରାଯାଇଥିଲା।
ଯେଉଁଥିରେ ଷ୍ପଷ୍ଟ ଭାବେ ଲେଖାଯାଇଛି ଯେ, “Sri, Jagannath Temple Managing Committee, puri, Dist-Khurda, Odisha”।

ଯାହାକି ସମ୍ପୁର୍ଣ୍ଣ ଭାବେ ଭ୍ରମାତ୍ମକ। ଶ୍ରୀମନ୍ଦିର କାର୍ଯ୍ୟାଳୟ ପୁରୀ, ଜିଲା ପୁରୀ ଲେଖିବା ସ୍ଥଳେ ଖୋର୍ଦ୍ଧା ଲେଖାଯିବା ନିହାତି ଭାବେ ଖାମଖିଆଲ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି ପଟ୍ଟନାୟକ।
Piku Pattnaik यांनी वर पोस्ट केले सोमवार, १२ नोव्हेंबर, २०१८
from Odisha Reporter https://ift.tt/2z8il6y
No comments:
Post a Comment