ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି କଲେ ଦୈତାରୀ ପଣ୍ଡାଙ୍କ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ଲତା ମଣ୍ଡଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରି କଲେ ଦୈତାରୀ ପଣ୍ଡାଙ୍କ ଦ୍ୱିତୀୟ ପତ୍ନୀ ବୋଲି ଦାବି କରୁଥିବା ଲତା ମଣ୍ଡଳ

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ପାଇଁ ଅଡୁଆ ବଢ଼ିଲା। ନ୍ୟାୟ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୈତାରୀ ପଣ୍ଡାଙ୍କ ସ୍ତ୍ରୀ ବୋଲି ଦାବି କରୁଥିବା ଜାମୁଝାଡ଼ି ଅଞ୍ଚଳର ଲତା ମଣ୍ଡଳ। କିଛିଦିନ ତଳେ ଦୈତାରୀଙ୍କ ନାଁରେ ଲତା ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଦୈତାରୀ ପଣ୍ଡାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ଆଜି ଲତା ଓ ତାଙ୍କ ପୁଅ ବାଲେଶ୍ୱର ଏସ୍‌ପିଙ୍କୁ ଭେଟି ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି। ଦୈତାରୀଙ୍କୁ ନିଜର ସ୍ୱାମୀ ବୋଲି ଦାବି କରୁଥିବା ଲତା ଡିଏନ୍‌ଏ ଟେଷ୍ଟ ପାଇଁ ମଧ୍ୟ ଦାଦି କରିଛନ୍ତି। ଏନେଇ ତଦନ୍ତ ଚାଲିଥିବା କହିଛନ୍ତି ଏସ୍ପି ବି. ଯୁଗଳ କିଶୋର।
ବାଲେଶ୍ୱର ଏସ୍ପିଙ୍କୁ ଭେଟିବା ପରେ ଲତା କହିଛନ୍ତି- “ଦୈତାରୀଙ୍କ ସମ୍ମାନରେ ଆଞ୍ଚ ଆସିବ ବୋଲି ପୂର୍ବରୁ ମୁହଁ ଖୋଲୁ ନଥିଲି। ଯେତେବେଳେ ମୋ ପୁଅକୁ ସେ ଅସ୍ୱୀକାର କଲେ, ସେତେବେଳେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛି। ଆଇନରେ ଆଶ୍ରୟ ନେଇଛି।”
ସେପଟେ ଅଭିଯୋଗର କୌଣସି ସତ୍ୟତା ନ ଥିବା ପୂର୍ବରୁ କହିଆସିଛନ୍ତି ଅଭିନେତା ଦୈତାରୀ ପଣ୍ଡା।
ଲତାଙ୍କ କହିବା ଅନୁଯାୟୀ, ‘ତାରିଣୀ ଗଣନାଟ୍ୟ’ର ଲୋକପ୍ରିୟ ନାଟକ ‘ଜୀଅନ୍ତା ଶବ’ରେ ଅଭିନୟ କଲାବେଳେ ସେ ଖଳନାୟକ ଦୈତାରୀ ପଣ୍ଡାଙ୍କ ସଂସ୍ପର୍ଶରେ ଆସିଥିଲେ। ମିଛିମିଛିକା ଅଭିନୟରୁ ହିଁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଭିତରେ ପ୍ରେମ। ସେ ସମୟରେ ଉଭୟଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ଇଣ୍ଡଷ୍ଟ୍ରୀରେ। ଅନେକ ଦିନ ଏମିତି ଚର୍ଚ୍ଚା ହେବାପରେ ଶେଷରେ ଲତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଦୈତାରୀ। ପରବର୍ତ୍ତୀ ସମୟରେ ଉଭୟ ପୁରୀରେ ବିବାହ କରିଥିଲେ। ଦୈତାରୀଙ୍କ ଔରସରୁ ଲତାଙ୍କ ପୁଅ ସୋମନାଥ ବୋଲି ଲତା ଦାବି କରି ଆସୁଛନ୍ତି। ଏପରିକି ସୋମନାଥଙ୍କ ସାର୍ଟିଫିକେଟ୍ରେ ଦୈତାରୀଙ୍କ ନାଁ ଥିବା ପୂର୍ବରୁ ଲତା ଏଫ୍ଆଇଆର୍ରେ ଦର୍ଶାଇଥିଲେ।



from Odisha Reporter https://ift.tt/2OB2Skh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages