
ଆବଶ୍ୟକ ସାମଗ୍ରୀ: ଖାସି କଲିଜା, ପାଳଙ୍ଗପତ୍ର, ପିଆଜ, ତେଲ, ଟମାଟୋ ବଟା, ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହି, ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି, ନଡ଼ିଆ କୋରା, ଧନିଆ ପତ୍ର, କଞ୍ଚାଲଙ୍କା ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି କଲିଜାକୁ ଛୋଟ ଛୋଟ ପିସ୍ କରି କାଟି ଧୋଇ ରଖନ୍ତୁ। ଏବେ ଏଥିରେ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଦହିକୁ ଗୋଳାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ପାଳଙ୍ଗ ଶାଗରେ ଧନିଆ ପତ୍ର,ପୋଦିନା ପତ୍ର, କଞ୍ଚାଲଙ୍କା, ନଡ଼ିଆ କୋରା ମିଶାଇ ବାଟି ଦିଅନ୍ତୁ।
ବର୍ତ୍ତମାନ ଏକ କଢ଼େଇରେ ତେଲ ଗରମ କରି ସେଥିରେ ତେଜପତ୍ର, ଗୁଜୁରାତି, ଲବଙ୍ଗ, ଡାଲଚିନି ପକାନ୍ତୁ। ତା’ପରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହୋଇଗଲା ପରେ ସେଥିରେ ପୂର୍ବରୁ ମ୍ୟାରିନେଟ୍ ହୋଇଥିବା ଖାସି କଲିଜା ପକାଇ ଅଳ୍ପ କଷି ତାକୁ ଘୋଡ଼ାଇ ଦେଇ ସିଝାନ୍ତୁ। ଟିକେ ସିଝି ଆସିଲା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପାଳଙ୍ଗ ଶାଗ ବଟା ଓ ଲୁଣ ପକାଇ ପୁଣି କିଛି ସମୟ ଘୋଡ଼ାଇ ଦିଅନ୍ତୁ। ପାଳଙ୍ଗ ଶାଗ ବଟା ଭଲ ଭାବେ କଲିଜାରେ ମିଶିଗଲା ପରେ ସେଥିରେ ଟମାଟୋ ବଟା ପକାଇ କିଛି ସମୟ ଆଞ୍ଚରେ ବସାନ୍ତୁ। ପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଖାସି କଲିଜା ପାଳଙ୍ଗ ମସଲା। ଏହାକୁ ଭାତ, ରୁଚଟି, ପରଟା କିମ୍ବା ନାନ୍ ସହ ଖାଇପାରିବେ।
from Odisha Reporter https://ift.tt/2TOebcK
No comments:
Post a Comment