୧ମ ଟି-ଟ୍ୱେଣ୍ଟି: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଫିଲ୍‌ଡିଂ, ପଦାର୍ପଣ କଲେ ଖଲିଲ୍ ଓ କୃନାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

୧ମ ଟି-ଟ୍ୱେଣ୍ଟି: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଫିଲ୍‌ଡିଂ, ପଦାର୍ପଣ କଲେ ଖଲିଲ୍ ଓ କୃନାଲ୍

କୋଲକାତା: ଐତିହାସିକ ଇଡେନ୍‌ ଗାର୍ଡନ୍‌ସରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇଛି। ମୁମ୍ବାଇର ବାମହାତୀ ବାମହାତୀ ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ-ଭ୍ରାତା କ୍ରୁନାଲ୍‌ ପାଣ୍ଡ୍ୟା ଓ ବାମହାତୀ ଦ୍ରୁତ ବୋଲର୍‌ ଖଲିଲ୍‌ ଅହମ୍ମଦ ଏହି ମ୍ୟାଚ୍‌ରେ ନିଜ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ୟାରିଅର୍‌ ଆରମ୍ଭ କରିଛନ୍ତି।

ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ ନିୟମିତ ନୂଆ ବଲ୍‌ ବୋଲର୍‌ ଭୁବନେଶ୍ୱର କୁମାର୍‌ ଅସୁସ୍ଥତା (ଗ୍ୟାସ୍‌) କାରଣରୁ ବାଦ୍‌ ପଡ଼ିଥିବାବେଳେ ତାଙ୍କ ବଦଳରେ ସ୍ପିଡ୍‌ଷ୍ଟାର୍‌ ଉମେଶ ଯାଦବ ଦଳକୁ ଫେରିଛନ୍ତି। ସେହିପରି ୟଜୁବେନ୍ଦ୍ର ଚହଲ୍‌ଙ୍କ ସ୍ଥାନରେ କୁଲଦୀପ ଯାଦବ୍‌ ଏକମାତ୍ର ରିଷ୍ଟ ସ୍ପିନର୍‌ ରହିଥିବାବେଳେ ପଦାର୍ପଣକାରୀ କ୍ରୁନାଲ୍‌ ପାଣ୍ଡ୍ୟା ଅଲ୍‌ରାଉଣ୍ଡର୍‌ର ଭୂମିକା ନିଭାଇବେ।

ଅନ୍ୟପକ୍ଷରେ କାର୍ଲସ୍‌ ବ୍ରାଥ୍‌ୱେଟ୍‌ଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳରେ ତିନି ଖେଳାଳି ଫ୍ୟାବିଆନ୍‌ ଆଲେନ୍‌, ଓଶାନେ ଥୋମାସ୍‌ ଓ ଖାରୀ ପିଅର୍‌ ନିଜ ପ୍ରଥମ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ।

ଧୋନିଙ୍କ ଅନୁପସ୍ଥିତିରେ ଦିନେଶ କାର୍ତ୍ତିକ ଭାରତୀୟ ଦଳର ୱିକେଟ୍ ରକ୍ଷଣ ସମ୍ଭାଳୁଥିବାବେଳେ ରିଷଭ ପନ୍ତ ସ୍ପେଶାଲିଷ୍ଟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦଳରେ ସ୍ଥାନ ପାଇଛନ୍ତି।

ନିର୍ଭରଯୋଗ୍ୟ ଶାଇ ହୋପ୍‌ଙ୍କ ସହ ଅଭିଜ୍ଞ ଦିନେଶ୍‌ ରାମ୍‌ଦିନ୍‌ ଇଣ୍ଡିଜ୍‌ ପାଇଁ ବ୍ୟାଟିଂ ଓପନ୍ କରିଛନ୍ତି। ଶେଷ ଖବର ସୁଦ୍ଧା ଭ୍ରମଣକାରୀ ଦଳ ୩.୨ ଓଭର୍‌ରେ ୨ ୱିକେଟ୍ ହରାଇ ୨୦ ରନ୍ କରିଛି। ହୋପ୍‌ ଟିନିଟି ଚୌକା ସହ ୧୪ ରନ୍ କରି ରନ୍‌ ଆଉଟ୍‌ ହୋଇଥିବାବେଳେ ରାମଦିନ୍ ମାତ୍ର ୨ ରନ୍‌ରେ ଉମେଶ ଯାଦବଙ୍କ ପ୍ରଥମ ଶିକାର ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି।

 



from Odisha Reporter https://ift.tt/2SLFOSZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages