ତୋ ବୟଫ୍ରେଣ୍ଡ ମତେ ଫୋନ୍‌ କଲା, ମୁଁ କ’ଣ କରିବି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ତୋ ବୟଫ୍ରେଣ୍ଡ ମତେ ଫୋନ୍‌ କଲା, ମୁଁ କ’ଣ କରିବି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଲ ମଝିରେ ଲଢ଼େଇ। ଷଣ୍ଢ କି ପୁରୁଷ ନୁହେଁ, କଲେଜ ପଢୁଆ ୨ ବାନ୍ଧଵୀଙ୍କ ଲଢ଼େଇର ଦୃଶ୍ୟ ଏବେ ଭାଇରାଲ ହେଉଛି। ଓଢ଼ଣୀ ଟାଣି, ଚପଲ ଖୋଲି ବିଲ ମଝିରେ ଝପଟି ପଡ଼ିଛନ୍ତି ଦୁଇ କଲେଜ ପଢୁଆ ବାନ୍ଧଵୀ। ଘଟଣାଟା କାଳେ ଜଗତ୍‌ସିଂହପୁର ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି।
 
ଆଉ ସବୁଠୁ ମଜାଦାର କଥା ହେଉଛି ଲଢ଼େଇର କାରଣଟା ବଡ଼ ଜବରଦସ୍ତ। ବାସ୍ତବରେ ପ୍ରେମ ପାଇଁ ଏ ଲଢ଼େଇ ହୋଇଥିବା ଭିଡିଓରୁ ଶୁଣା ଯାଉଥିବା କଥାରୁ ସ୍ପଷ୍ଟ ବାରି ହୋଇପଡୁଛି।
 
ପିଟାପିଟି ହେଉଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ କହୁଛନ୍ତି- “ତୋ ବୟଫ୍ରେଣ୍ଡର ତୋ ଉପରେ ଭରସା ନ ଥିଲା, ସେଇଥିପାଇଁ ସେ ମତେ ଫୋନ୍‌ କଲା। ତୋ’ର ଔକାତ୍‌ କ’ଣ ବେ !”
 
ବାସ୍‌ ଏଇ କଥା ପଦକ ପରେ ଆର ଯୁବତୀଙ୍କ ଦେହରେ ଯେମିତି ନିଆଁ ଲାଗିଗଲା ! ପ୍ରତିପକ୍ଷର ଚୁଟି ଘୋଷାରି ବାଡ଼େଇବାକୁ ଆରମ୍ଭ କଲେ। ସ୍ଥିତି ଏମିତି ହେଲା ଯେ, ନାତ  ମରାମରି ବି ଆରମ୍ଭ ହେଇଗଲା। ହେଲେ କଥା ଛିଡ଼ିବ କ’ଣ ଆହୁରି ବିଗିଡ଼ି ଗଲା। ଯେତେ ହେଲେ ‘ବୟଫ୍ରେଣ୍ଡ’ ଉପରେ ଅଧିକାର ମାମଲା ନା!  
 
ଶେଷରେ ପାଖରେ ଉପସ୍ଥିତ ଆଉ ଜଣେ ବାନ୍ଧଵୀ ଦୁହିଁଙ୍କ ମଧ୍ୟରେ ସମାଧାନ ପାଇଁ ଉଭୟଙ୍କୁ ବୁଝାଉଥିଲେ। ହେଲେ ତାଙ୍କ କଥା କେହି ଶୁଣିଲେନି।
 
ଜଣେ ତ ଅନ୍ୟର ବ୍ୟାଗରୁ ମୋବାଇଲ କାଢ଼ି ଆଣି ତାକୁ ତଳେ କଚାଡ଼ି ଭାଙ୍ଗିଦେଲେ। 


from Odisha Reporter https://ift.tt/2PDBfLN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages