ବଞ୍ଚାଇଦେଲା ବିପ୍ଲବଙ୍କ ଶତକ, ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍‌ ଡ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ବଞ୍ଚାଇଦେଲା ବିପ୍ଲବଙ୍କ ଶତକ, ଓଡ଼ିଶା-ହରିଆଣା ରଣଜୀ ମ୍ୟାଚ୍‌ ଡ୍ର

ଭୁବନେଶ୍ୱର: ରବିବାର ଓଡ଼ିଶା ଓ ହରିଆଣା ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ୍‌ର ଶେଷ ଦିନରେ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ଲଢ଼ୁଆ ଶତକ ବଳରେ ଓଡ଼ିଶା ମ୍ୟାଚ୍ ବଞ୍ଚାଇବାରେ ସଫଳ ହୋଇଛି। ମ୍ୟାଚ୍‌ ଡ୍ର ହୋଇଥିଲେ ହେଁ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ହରିଆଣାକୁ ୩ ପଏଣ୍ଟ ମିଳିଛି ଏବଂ ଓଡ଼ିଶାକୁ ୧ ପଏଣ୍ଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।

ରାଜଧାନୀ ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଓଡ଼ିଶା ୧୧୮ ରନ୍‌ରେ ପଛୁଆ ଥିଲା। ତେବେ ଦ୍ୱିତୀୟ ଇନିଂସ୍‌ରେ ଦଳ ୭ ୱିକେଟ୍ ହରାଇ ୨୬୭ ରନ୍ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ବିପ୍ଳବ ୧୦୩ ଓ ରାଜେଶ ମହାନ୍ତି ବିନା କୌଣସି ରନ୍‌ରେ ଅପରାଜିତ ଥିଲେ। ଦଳ ପକ୍ଷରୁ ଶୁଭ୍ରାଂଶୁ ସେନାପତି ୪୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଏହା ପୂର୍ବରୁ ଓଡ଼ିଶା ପ୍ରଥମ ଇନିଂସ୍‌ରେ ୩୨୪ ରନ୍ କରିଥିଲା ଏବଂ ଏହାର ଜବାବରେ ହରିଆଣା ୪୪୨ ରନ୍‌ର ବିରାଟ ସ୍କୋର ସହିତ ୧୧୮ ରନ୍‌ର ବୃହତ୍‌ ଅଗ୍ରଣୀ ହାସଲ କରିଥିଲା।

ଚତୁର୍ଥ ଦିବସରେ ଓଡ଼ିଶାର ଇନିଂସ୍‌ ଆରମ୍ଭରୁ ଦଳକୁ ଝଟ୍‌କା ଲାଗିଥିଲା। ଗୋବିନ୍ଦ ପୋଦ୍ଦାର ୨୨ ରନ୍ କରି ଟିନୁ କୁଣ୍ଡୁଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଥିବା ଅନୁରାଗ ଷଡ଼ଙ୍ଗୀ (୨୯) ବେଶୀ ସମୟ କ୍ରିଜ୍‌ରେ ତିଷ୍ଠିବା ଆଗରୁ ତାଙ୍କୁ ଭ୍ରମଣକାରୀ ଦଳର ଅଧିନାୟକ ମୋହିତ ଶର୍ମା ଆଉଟ୍ କରିଥିଲେ। ଏହା ପରେ ଶାନ୍ତନୁ ମିଶ୍ର ଆଉଟ୍‌ ହେବାବେଳକୁ ଓଡ଼ିଶା ୯୯ ରନ୍‌ରେ ୪ ୱିକେଟ୍ ହରାଇ ସାରିଥିଲା। କିନ୍ତୁ ଅଧିନାୟକ ବିପ୍ଳବ ଓ ଶୁଭ୍ରାଂଶୁ ପଞ୍ଚମ ୱିକେଟ୍ ପାଇଁ ୯୨ ରନର ଦମ୍‌ଦାର ଭାଗୀଦାରୀ କରିଥିଲେ। ଶୁଭ୍ରାଂଶୁ ୮୫ଟି ବଲ୍‌ ଖେଳି ୮ ଚୌକା ସହାୟତାରେ ୪୫ ରନ୍ କରିଥିଲେ। ଏହାପରେ ସୁଜିତ୍ ଲେଙ୍କା ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ବିପ୍ଳବ ଗୋଟିଏ ଗୋଟିଏ ପଟୁ ଇନିଂସ ସମ୍ଭାଳିଥିଲେ ଏବଂ ପରେ ତାଙ୍କ ସହ ମିଶି ଦେବବ୍ରତ ପ୍ରଧାନ ସପ୍ତମ ୱିକେଟ୍ ପାଇଁ ୪୧ ରନ୍ ଯୋଡ଼ିଥିଲେ ।

ୱିକେଟ୍‌ ପରେ ୱିକେଟ୍‌ ପଡ଼ୁଥିଲେ ହେଁ ବିପ୍ଳବ ବିସ୍ଫୋରକ ବ୍ୟାଟିଂ କରି ଶତକ ପୂରଣ କରିପାରିଥିଲେ। ତାଙ୍କର ଏହି ଶତକୀୟ ଇନିଂସରେ ୨୧୦ଟି ବଲ୍‌ରୁ ସେ ୧୪ ଚୌକା ଓ ୨ ଛକା ମାରିଥିଲେ। ସେହିଭଳି ହରିଆଣା ପକ୍ଷରୁ ସଫଳ ବୋଲରଭାବେ ଟିନୁ ଓ ଜୟନ୍ତ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ବିପ୍ଳବ ଶତକ ପୂରଣ ହେବାପରେ ଯାଇ ଉଭୟ ଦଳର ସହମତି କ୍ରମେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା ।



from Odisha Reporter https://ift.tt/2JEb2aP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages