ରାଓରକେଲାରେ ହକି ଫିବର: ସାଉଥ୍‌ ୱେଲସ୍‌କୁ ହରାଇ ଓଡିଶା ବିଜୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ରାଓରକେଲାରେ ହକି ଫିବର: ସାଉଥ୍‌ ୱେଲସ୍‌କୁ ହରାଇ ଓଡିଶା ବିଜୟୀ

ରାଉରକେଲା(ପଓ୍ଵନ ତିଓ୍ଵାରୀ):ଆଜି ରାଉରକେଲା ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ଓଡିଶା ଏକାଦଶ ବନାମ ନିଓ ସାଉଥ୍‌ ସାଉଥ୍‌ ୱେଲସ୍‌ ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍‌।ଯାହାକୁ ପେନାଲିଟି ସୁଟ୍‌ରେ ଜିଣି ନେଇଛି ଓଡିଶା ଦଳ। ଏହି ହାଇ ଭୋଲଟେଜ୍‌ ମ୍ୟାଚ୍‌କୁ ଦେଖିବାକୁ ପ୍ରାୟ ୨୫ ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା। ଏକ ଅନ୍ତର୍ଜାତୀୟସ୍ଥରର ମ୍ୟାଚକୁ ଦେଖିବା ପାଇଁ କେହି ବି ମିସ କରି ନ ଥିଲେ।

ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ରବିବାର ଅପରାହ୍ନ ସାଢ଼େ ତିନିଟା ସମୟରୁ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ମ୍ୟାଚ୍‌କୁ ଉଦଘାଟନ୍ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ହକିକୁ ନେଇ ସରକାର ଯେଉଁସବୁ ପଦକ୍ଷେପ ନେଇଛନ୍ତି ସେ ବିଷୟରେ କହିଥିଲେ । ତା’ ସହିତ ସୁନ୍ଦରଗଡ ଜିଲ୍ଳାର ପ୍ରତି ବ୍ଳକରେ ଏକ ମିନି ହକି ଷ୍ଟାଡିୟମ ତିଆରି ପାଇଁ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ପଡ଼ିଆକୁ ଯାଇ ହକି ଷ୍ଟିକ୍‌ ଧରି ଗୋଲ ମାରିଥିଲେ। ଆଉ ଗୋଲ କିପର ଥିଲେ ହକି ମାସ୍କଟ୍‌ ଓଲି ।

ଏହି ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଟି ହୋଇ ଥିଲା। ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଉଦିତନଗର ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ୍ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ଉଭୟ ବିଜେପି ଓ କଂଗ୍ରେସ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କାରଣ ଯେଉଁ ପ୍ରକଳ୍ପ ଗୁଡିକ ପୂରା ହୋଇ ନାହିଁ  ସେଗୁଡ଼ିକୁ ପୁନର୍ବାର ଉଦ୍‌ଘାଟନ୍‌ କରାଯାଇଥିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।



from Odisha Reporter https://ift.tt/2zpIixx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages