ଚାଷୀଙ୍କୁ ଭୁବନେଶ୍ୱର ମନା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ଚାଷୀଙ୍କୁ ଭୁବନେଶ୍ୱର ମନା 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାଇଁ ପୁଣି ମୁଣ୍ଡବିନ୍ଧା ପାଲଟିଛନ୍ତି ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ୍ ଦାବିରେ ବିଶାଳ ରାଲିରେ ରାଜଧାନୀ ଅଭିମୁଖେ ବଢୁଛନ୍ତି ହଜାର ହଜାର ଚାଷୀ। ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ଚାଷୀମାନେ ଉଭୟ କଟକ ଓ ଖୋର୍ଦ୍ଧା ପଟୁ ସହରରେ ପଶିବାକୁ ଉଦ୍ୟମ ଚଳାଇଛନ୍ତି। ହେଲେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ଜାମ୍ ଆଳରେ ପୁଲିସ୍‌ ୧୪୪ ଧାରା ଲଗାଇ ସେମାନଙ୍କୁ ଅଧାରାସ୍ତାରେ ଅଟକାଇଛି। ଯାହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଥିବା ବେଳେ ଚାଷୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ପଦାରେ ପଡ଼ିଛି।

ମୁଣ୍ଡରେ ପଗଡ଼ି, ହାତରେ ଲଙ୍ଗଳ ଆଉ ତିରଙ୍ଗା। ନିଜ ହକ୍ ପାଇଁ ସରକାର ସହ ଲଢ଼ିବାକୁ ବାହାରିଛି ଅନ୍ନଦାତା ଚାଷୀ। ସରକାରଙ୍କ ବିରୋଧରେ ଗର୍ଜନ କରୁଛନ୍ତି। ହଜାର ହଜାର ଚାଷୀଙ୍କ ପଟୁଆର ଜାତୀୟ ରାଜପଥ ୧୬ରେ ଉଭୟ କଟକ ଓ ଖୋର୍ଦ୍ଧା ପଟୁ ରାଜଧାନୀ ଆଡ଼କୁ ମୁହାଁଇଛନ୍ତି।

farmerହେଲେ ପୁଲିସ୍‌ ଆଇନ ଶୃଙ୍ଖଳା ଆଳରେ ଚାଷୀଙ୍କୁ ରାଜଧାନୀରେ ପଶିବାକୁ ଦେଉନାହିଁ। କଟକ ପଟୁ ଆସୁଥିବା ଚାଷୀଙ୍କୁ ହଂସପାଳ ଓ ଖୋର୍ଦ୍ଧା ପଟୁ ଆସୁଥିବା ଚାଷୀଙ୍କୁ ତମାଣ୍ଡୋଠାରେ ଅଟକା ଯାଇଛି। ଏହି ଦୁଇ ରାସ୍ତାରେ ୨୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଜଗି ରହିଛନ୍ତି। ଆଇନ ଶୃଙ୍ଖଳା ବାହାନାରେ ସହର ଭିତରକୁ ସେମାନଙ୍କୁ ଛଡ଼ାଯାଉନାହିଁ।

ସୂଚନାଯୋଗ୍ୟ, ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଥିବା ନବ ନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଭୁବନେଶ୍ୱର ଲୋୟର୍ ପିଏମ୍‌ଜିରେ ବିଶାଳ ସମାବେଶର ଡାକରା ଦେଇଛି।

farmerଚାଷୀଙ୍କ ସହ ଚାଲିଲେ ବୈଜୟନ୍ତ

ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ରାଜନୀତିକ ଦଳ ଓ ନେତା। କଂଗ୍ରେସ୍‌ର ଏକ ଟିମ୍ ଚାଷୀ ଶୋଭାଯାତ୍ରାରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛି। ବିଜେପି ପ୍ରତିନିଧି ଦଳ ମଧ୍ୟ ଚାଷୀଙ୍କ ନିକଟରେ ପହଞ୍ଚି ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରିଛି।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଶ୍ରୀ ପଣ୍ଡା ଶୋଭାଯାତ୍ରାରେ ସାମିଲ ହୋଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଚାଷୀଙ୍କ ପ୍ରତି ଦାୟିତ୍ୱ ରହିଛି ବୋଲି କହିଛନ୍ତି। ଏହାସହ ପ୍ରତି ବ୍ଲକର ୩୫ ପ୍ରତିଶତ ଜମିରେ ଜଳସେଚନ ଓ ଶୀତଳଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, “ଗୋଟିଏ ପଟେ ମେକ୍‌ ଇନ୍‌ ଓଡ଼ିଶା ଚାଲିଛି, ଅନ୍ୟପଟେ ଶିଳ୍ପକୁ ମାଡ଼ ମରାଯାଉଛି। ଏପରି ସ୍ଥିତିରେ ଯଦି ଚାଷୀଙ୍କୁ ଗୁରୁତ୍ୱ ଦିଆ ନଯିବ ସ୍ଥିତି ବହୁତ ଗମ୍ଭୀର ହେବା ପରି ଲାଗୁଛି।”

ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, “ବାରମ୍ବାର ଦାବି, ଆନ୍ଦୋଳନ, ପଦଯାତ୍ରା ସତ୍ତ୍ୱେ ସରକାରର ନିଦ ଭାଙ୍ଗୁନାହିଁ। ତେଣୁ ହଜାର ହଜାର ଚାଷୀଙ୍କ ସହ ଭୁବନେଶ୍ୱର ଯାଉଛୁ। ଆସନ୍ତାକାଲି ସୁଦ୍ଧା ଆମ ଦାବି ଶୁଣା ନଗଲେ ପୂରା ରାଜଧାନୀ କାଲି ଠପ୍‌ ହୋଇଯିବ।”

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି, “ସରକାର ପୁଲିସ୍‌ ମାଧ୍ୟମରେ ଗଣତାନ୍ତ୍ରିକ ଆନ୍ଦୋଳନର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି। ଇନ୍ଦ୍ର, ଚନ୍ଦ୍ର ମାନୁ ନଥିବା ଏ ସରକାରକୁ ଚାଷୀ ନିଶ୍ଚିତ ଜବାବ ଦେବେ।”

farmer ତେବେ ବିରୋଧୀଙ୍କ ଆକ୍ଷେପର ଉତ୍ତର ରଖିଛି ବିଜେଡି। ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି, “ଏହା କେବଳ ରାଜ୍ୟର ସମସ୍ୟା ନୁହେଁ। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ସତ୍ୟପାଠ ଦାଖଲ କରିବାକୁ। କେନ୍ଦ୍ର କାହିଁକି ଦେଉନାହିଁ, ତାହା ବଡ଼ ପ୍ରଶ୍ନ।”

କିଛିଦିନ ତଳେ ସମାବେଶ ପାଇଁ ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ୱରକୁ ଚାଷୀମାନେ ଆସୁଥିବାବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଆଜି ବି ବିଭିନ୍ନ ଆଳ ଦେଖାଇ ପୁଣି ଥରେ ସେମାନଙ୍କୁ ଅଟକାଇ ସଭା ଭଣ୍ଡୁର ପାଇଁ ଉଦ୍ୟମ କରିଛି। ନବ ନିର୍ମାଣ କୃଷକ ସଙ୍ଗଠନ କିନ୍ତୁ ସମାବେଶ ଜିଦ୍‌ରେ ଅଟଳ ରହିଛି। ଏଭଳି ସ୍ଥିତିରେ ଆସନ୍ତାକାଲି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।



from Odisha Reporter https://ift.tt/2zvqNMC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages