ନାବାଳିକା ଦୁଷ୍କର୍ମ ମାମଲା: ନବୀନଙ୍କୁ ଚେତାବନୀ ଦେଲା ବିଜେପି ମହିଳା ମୋର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 4, 2018

ନାବାଳିକା ଦୁଷ୍କର୍ମ ମାମଲା: ନବୀନଙ୍କୁ ଚେତାବନୀ ଦେଲା ବିଜେପି ମହିଳା ମୋର୍ଚ୍ଚା

bjp

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ମହିଳା ମୋର୍ଚ୍ଚା ଚେତାବନୀ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ ମୁଖ୍ୟମନ୍ତ୍ରୀଙ୍କୁ କୁଶପୁତ୍ତଳିକା ଦାହ କରାଯିବ ବୋଲି ଦଳ କହିଛି।

ଆଜି ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍‌ ଏମ୍‌କେସିଜି ମେଡିକାଲ୍‌ରେ ପୀଡ଼ିତାଙ୍କୁ ଭେଟିଥିଲେ। ପରେ ପ୍ରଭାତୀ ପରିଡ଼ା କହିଛନ୍ତି, “ଅଭିଯୁକ୍ତଙ୍କୁ ଧରିବାକୁ ନେଇ ପୁଲିସ୍‌ ଚାପରେ ରହିଛି।”

ସୂଚନାଯୋଗ୍ୟ, ଏହି ନାବାଳିକା ଦୁଷ୍କର୍ମ ମାମଲାକୁ ୪ ଦିନି ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ।

ଆଜି ରାଜ୍ୟ ଶିଶୁ ଓ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ପୀଡିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ବର ସହ ନିଆଯାଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି। ସେ କହିଛନ୍ତି, “ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୀଡ଼ିତାର ପରିବାରକୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ।”



from Odisha Reporter https://ift.tt/2P4Ez38

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages