
ମୁମ୍ବାଇ: ଅମିତାଭ୍ ବଚ୍ଚନ୍ ଯେତେବେଳେ କୌଣସି ଫିଲ୍ମ ଦେଖନ୍ତି, ତାହା ଭଲ ହୋଇଥିଲେ ସେ ସବୁବେଳେ ମନ ଖୋଲି ପ୍ରଶଂସା କରନ୍ତି। ଏପରିକି ସେ ସେଥିରେ ଅଭିନୟ କରିଥିବା କଳାକାରମାନଙ୍କୁ ମଧ୍ୟ ପ୍ରଶଂସା କରିବାକୁ ଭୁଲି ନ ଥାନ୍ତି।
ଅକ୍ଟୋବର ୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ବଧାଇ ହୋ’ ନିକଟରେ ଅମିତାଭ୍ ଦେଖିଥିଲେ। ଫିଲ୍ମଟି ତାଙ୍କୁ ଖୁବ୍ ଭଲ ଲାଗିଥିଲା। ସେଥିରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କ ଅଭିନୟ ତାଙ୍କୁ ଖୁବ୍ ପସନ୍ଦ ଆସିଲା। ସେଥିପାଇଁ ସେ ନୀନାଙ୍କୁ ଗୋଟିଏ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ।
ସେହି ଚିଠିକୁ ନୀନା ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଶେୟାର କରିଛନ୍ତି। ଚିଠିରେ ଲେଖାଅଛି- ‘‘ଏବେ ଆପଣଙ୍କ ଫିଲ୍ମ ବଧାଇ ହୋ ଦେଖିଲି। ଆପଣଙ୍କ କାମକୁ ପ୍ରଶଂସା କରିବାକୁ ଯାଇ ଏହି ଫଟୋ ଓ ଚିଠି ପଠାଉଛି। ଆପଣ ଏଥିରେ କରିଥିବା ଅଭିନୟ ଖୁବ୍ କଷ୍ଟ। କିନ୍ତୁ ଆପଣଙ୍କ ଅଭିନୟ ଖୁବ୍ ସୁନ୍ଦର ହୋଇଛି। ଆପଣଙ୍କୁ ପ୍ରଶଂସା, ସ୍ନେହ ଓ ଆଦର। ’’
ଆମିତାଭ୍ଙ୍କ ସ୍ନେହଭରା ଏହି ବାର୍ତ୍ତା ପାଇ ନୀନା ଲେଖିଛନ୍ତି, ‘‘ଆପଣଙ୍କଠାରୁ ଏହି ଚିଠି ଓ ଫୁଲ ପାଇ ଆଖିରେ ଲୁଆ ଆସିଗଲା। ଧନ୍ୟବାଦ ଅମିତାଭ୍ ବଚ୍ଚନ ସାର୍। ବଧାଇ ହୋ। ’’
from Odisha Reporter https://ift.tt/2TiTdSQ
No comments:
Post a Comment