
ପୁରୀ (ଓଡ଼ିଶା ରିପୋର୍ଟର): “୨୦୧୫ ମସିହାରେ ଶ୍ରୀଜୀଉଙ୍କର ନବକଳେବର ହୋଇଥିଲା। ଏଥିରେ ହୋଇଥିଲା ବଡ଼ ଧରଣର ଫିକ୍ସିଂ। ଦଇତାମାନେ ପଇସା ନେଇ ଦାରୁ ଚୟନ କରିଥିଲେ” -ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏପରି ସାଂଘାତିକ ଅଭିଯୋଗ ଆଣିଥିଲେ। ଏହି ଖବର ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ବିଶ୍ୱାସ ଉପରେ ପ୍ରଚଣ୍ଡ ଆଘାତ ଦେଇଛି। ଏହାକୁ ନେଇ ରାଜନୀତିକ ବୟାନବାଜି ଆରମ୍ଭ ହୋଇଥିବା ବେଳେ ମୂଳ ବିବାଦ ‘ବ୍ରହ୍ମ ବିଭ୍ରାଟ’ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ।
ଧାର୍ମିକ ଆଧ୍ୟାମିତ୍କ କ୍ଷେତ୍ରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନ୍ୟାୟାଧୀଶ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ସହ ଏହି ସମସ୍ୟା ନେଇ କୌଣସି ପ୍ରକାର ଆଲୋଚନା କରିନାହିଁ। ଯଦି ଏହି ସମସ୍ୟାକୁ ନେଇ ଆଲୋଚନା କରିବ, ସମସ୍ୟା ସମାଧାନର ସୁତ୍ର ନିଶ୍ଚୟ ବାହାରିବ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ଦିଶାହୀନ ହୋଇପଡିଛି। ଏପରି ସ୍ଥିତିରେ ପ୍ରଶାସନ କାହିଁକି ଶୋଇଛି ବୋଲି ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ଯଦି ଏହା ଏକ ଧାର୍ମିକ ବା ଆଧ୍ୟାତ୍ମିକ ସମସ୍ୟା, ତା’ହେଲେ ମୋ’ ନିକଟକୁ ଅଣାଗଲେ, ତା’ର ସମାଧାନ କରାଯିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2A0pBRm
No comments:
Post a Comment