ନୂଆ ଦଳରେ ଯୋଗଦେବା ନେଇ ଏମିତି କହିଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ନୂଆ ଦଳରେ ଯୋଗଦେବା ନେଇ ଏମିତି କହିଲେ ବୈଜୟନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନିଜର ରାଜନୀତିକ କାର୍ଡ ଖୋଲିଛନ୍ତି। ଦଳରୁ ବହିଷ୍କାର ହେବାର ପ୍ରାୟ ଦୁଇମାସ ପରେ ଡାକ୍ତର ରାଉତ ନିଜର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥା ଓ ନୂଆ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ବୋଲି ସେ ଘୋଷଣା କରିଛନ୍ତି।

ଡାକ୍ତର ରାଉତଙ୍କ ନୂଆ ଦଳ ଗଠନ ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସେଥିରେ ଯୋଗଦେବା ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି। ଢେଙ୍କାନାଳ ଜିଲ୍ଲା ଗଁଦିଆରେ ଗଣ ମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବୈଜୟନ୍ତ କହିଛନ୍ତି-“ନୂଆ ଦଳରେ ରହିବା ନେଇ ମୁଁ ଏଯାଏ କୌଣସି ନିଷ୍ପତ୍ତି ନେଇନି। ଅନେକ ଲୋକ ଅନେକ ପରାମର୍ଶ ଦେଉଛନ୍ତି। ଠିକ ସମୟରେ ନିଷ୍ପତ୍ତି ନେଇ ସାଧାରଣରେ ଜଣାଇବି। ଯିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲିବ, ମୁଁ ତାଙ୍କୁ ସମର୍ଥନ ଦେବି।”

ସେ କହିଛନ୍ତି-“ଓଡ଼ିଶାର ପରିବର୍ତ୍ତନ ନେଇ ଦୁଇ ଦଶନ୍ଧି ତଳେ ଯେଉଁ ସ୍ୱପ୍ନ ଦେଖିଥିଲୁ, ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନି। ଓଡ଼ିଶାରେ ହିଂସାକାଣ୍ଡ ଓ ଦୁର୍ନୀତି ବଢ଼ି ଚାଲିଛି। ଏବେବି ୪୦ ଲକ୍ଷ ବେକାର ଯୁବକ/ଯୁବତୀ ରାଜ୍ୟ ଓ ଦେଶ ବାହାରେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ପଡ଼ୁଛି। ଏହାକୁ ବଦଳାଇବା ପାଇଁ ଯେଉଁମାନେ ମୁହଁ ଖୋଲିବେ, ମୁଁ ସେମାନଙ୍କୁ ସମର୍ଥନ ଦେବି।”



from Odisha Reporter https://ift.tt/2QvNkA1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages