ବିରାଟ୍‌ଙ୍କୁ କଟାକ୍ଷ କଲେ ୧୬ ବଲ୍‌ରେ ୭୪ କରିଥିବା ଶାହଜାଦ୍‌, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ବିରାଟ୍‌ଙ୍କୁ କଟାକ୍ଷ କଲେ ୧୬ ବଲ୍‌ରେ ୭୪ କରିଥିବା ଶାହଜାଦ୍‌, କହିଲେ ଏମିତି କଥା

ଦୁବାଇ: ଟି-୧୦ ସୁପର୍‌ ଲିଗ୍‌ରେ ବିସ୍ଫୋରକ ୧୬ ବଲ୍‌ରେ ୭୪ ରନ୍‌ କରି ବିଶ୍ଵ ରେକର୍ଡ କରିଥିବା ଆଫ୍‌ଗାନିସ୍ତାନର ପୃଥୁଳକାୟ ୱିକେଟକିପର୍-ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ଶାହଜାଦ ‘ୟୋ ୟୋ’ ଫିଟ୍‌ନେସ୍‌ ଟେଷ୍ଟକୁ ନାପସନ୍ଦ କରିଛନ୍ତି।

ଏଥିସହ ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି। ‘ରାଜପୁତ’ ଦଳ ପକ୍ଷରୁ ଟି-୧୦ ସୁପରଲିଗ୍‌ ଖେଳୁଥିବା ଶାହଜାଦଙ୍କୁ ଲାଇଭ ଟିଭିରେ ପୂର୍ବତନ ପାକ କ୍ରିକେଟର ରମିଜ୍‌ ରାଜା ୟୋ ୟୋ ଟେଷ୍ଟ ବିଷୟରେ ତାଙ୍କର ମତ କ’ଣ ବୋଲି ପଚାରିଥିଲେ।

ଏହାର ଉତ୍ତରରେ ସେ କହିଛନ୍ତି, “ ମୁଁ ୟୋ ୟୋ ଟେଷ୍ଟ୍‌କୁ ପସନ୍ଦ କରେନାହିଁ। ଯେଉଁମାନେ ୟୋ ୟୋ ଟେଷ୍ଟ୍‌ରେ ୨୦ ପଏଣ୍ଟ ପାଉଛନ୍ତି, ସେମାନେ ଗୋଟିଏ ହେଲେ ବି ଛକା ମାରି ପାରୁନାହାନ୍ତି। ମୁଁ ୟୋ ୟୋ ଟେଷ୍ଟକୁ ଖାତିର କରେନାହିଁ।”

୩୦ ବର୍ଷୀୟ ପୃଥୁଳକାୟ କ୍ରିକେଟର ଶାହଜାଦ ଏହା ପୂର୍ବରୁ କହିଥିଲେ, ମୁଁ ଫିଟନେସ୍‌ ପାଇଁ ପରିଶ୍ରମ କରେ, କିନ୍ତୁ ଖାଇବାରେ କୌଣସି ପ୍ରକାରର ବୁଝାମଣା କରେନାହିଁ। ଯଦି ଆପଣ କୋହଲିଙ୍କ ଭଳି ଫିଟନେସ୍‌ ରୁଟିନ୍‌ କରିବାକୁ ମତେ କହିବେ, ଏହା ଅସମ୍ଭବ।

କିନ୍ତୁ ମୁଁ ଓଜନ କମାଇବାକୁ ପରିଶ୍ରମ କରୁଛି। କୋହଲି ଯେତେ ଲମ୍ବା ଛକା ମାରୁଛନ୍ତି, ମୁଁ ତାଙ୍କ ଠାରୁ ଅଧିକ ଲମ୍ବା ଛକା ମାରି ପାରିବି। ତା’ହେଲେ ତାଙ୍କ ଭଳି ଡାଏଟିଂ କରିବାର ଆବଶ୍ୟକତା କ’ଣ ବୋଲି ଶାହଜାଦ ପ୍ରଶ୍ନ କରିଥିଲେ।



from Odisha Reporter https://ift.tt/2BpHDhM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages