ଓଡ଼ିଶାରେ ୭ଟି ଭୌଗୋଳିକ ଅଞ୍ଚଳକୁ ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 22, 2018

ଓଡ଼ିଶାରେ ୭ଟି ଭୌଗୋଳିକ ଅଞ୍ଚଳକୁ ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ

LPG-gas-through-pipeline

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ୭ଟି ଭୌଗୋଳିକ ଅଞ୍ଚଳରେ ପାଇପ୍‌ରେ ମିଳିବ ରନ୍ଧନ ଗ୍ୟାସ। ସେହି ଅଞ୍ଚଳଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା। ଆଜି ଦେଶର ୬୩ଟି ଭୌଗୋଳିକ ଅଞ୍ଚଳରେ ଗ୍ୟାସ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀରୁ ପ୍ରକଳ୍ପର ଲୋକାର୍ପଣ କରିବା ସହ ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଦେଶର ସମସ୍ତ ଅଞ୍ଚଳକୁ ଗ୍ୟାସ ଯୋଗାଣ ସୁବିଧା କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଥିବା ମୋଦି କହିଛନ୍ତି। ଏହି ଅବସରରେ ୨ରୁ ୩ ବର୍ଷ ଭିତରେ ଦେଶର ୪୦୦ ଜିଲ୍ଲାରେ ଏଭଳି ଗ୍ୟାସ ବିତରଣ ସୁବିଧା ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2AbNCoD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages